STORYMIRROR

Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

କ୍ରମଶଃ ଅଭିମାନ

କ୍ରମଶଃ ଅଭିମାନ

1 min
269


ଭାବ ଦିଆନିଆରେ ଭାବ

ଭାବରୁ ସମ୍ପର୍କର ସେତୁ

ସମ୍ପର୍କର ସେତୁ ଦୃଢ଼ ବିଶ୍ୱାସ ସହିତ

ବିଶ୍ୱାସ ସମ୍ପର୍କର ଅତୁଟ ବନ୍ଧନ

ନିଷ୍କପଟ ହୃଦୟର ଆନ୍ତରିକତା ଭାବ

ଭାବ ର ଅଭାବ ରେ ମାନ ଅଭିମାନ ।


ଅଭିମାନର ଭାଷା ଭିନ୍ନ ଭିନ୍ନ

ଅଭିମାନର ରୂପ ବି ଅଲଗା ଅଲଗା

ଅଭିମାନର ସତ୍ତା ପ୍ରାୟ ସବୁଠି

ଯେଉଁଠି ସମ୍ପର୍କ ସେଇଠି ଅଭିମାନ

ଅଭିମାନର ବି ମାନ ଅଛି

ଅଭିମାନର ମାନ ବିଚାର ଯୋଗ୍ୟ

କାରଣ ଖୋଜିବାକୁ ହୁଏ

ଅଭିମାନ ଆଢ଼ୁଆଳେ ଲୁପ୍ତ ଭାବନା

କଷ୍ଟ ଦାୟକ ଭାବନା ହିଁ ଅଭିମାନ ।


ଅଭିମାନ ଭଞ୍ଜନ ପରେ ହିଁ ସୁସମ୍ପର୍କ

ସମ୍ପର୍କ ଦୁର୍ବଳ ର କାରଣ ବି ଅଭିମାନ

ହୃଦୟର ଅକୁହା ଭାଷା ହିଁ ଅଭିମାନ

ପ୍ରେମିକା ଅଭିମାନର ମୁଖ୍ୟ ପୁରୋଧା

ଅଭିମାନ ହିଁ ପ୍ରେମିକାର ଅସଲ ଗୁଣବତ୍ତା

ପ୍ରେମିକାର ଅନ୍ୟ ନାମ ଅଭିମାନିନୀ।


ଅଭିମାନ ଏକା ଏକା ମନ ରାଇଜରେ

ଅଭିମାନ ନିହାତି ନିଜସ୍ଵ ଭାବନା

ଅବ୍ୟକ୍ତ ଭାଷା ଲୁକାୟିତ ହୃଦୟ କନ୍ଦରେ

ପ୍ରେମିକାର କ୍ଷଣସ୍ଥାୟୀ ଅଭିମାନ

ଭଞ୍ଜନ ତ ହୁଏ, ଭାସିଯାଏ କଥାର ଢେ଼ଉରେ

ପ୍ରେମିକ ହାତ ର ସ୍ପର୍ଶ ଓ ମିଠା କଥାର ସ୍ରୋତରେ 

ଅମାନିଆ ଢେ଼ଉ ପରି ଅଭିମାନିନୀ ପ୍ରେମିକା

ଅଭିମାନ ଅଦିନିଆ ମେଘ ପରି

ବର୍ଷା ହେଉ ନ ହେଉ, ମେଘ ମିଳେଇ ଯିବ

ପ୍ରିୟା ଅଭିମାନ କରିବ ,ମନେଇଲେ ମାନି-ଯିବ।


ଅଭିମାନ ହିଁ ପ୍ରେମିକାର ଶୋଭା

ଅଭିମାନ ଥିଲେ ପ୍ରେମରେ ନିବିଡ଼-ଆକର୍ଷଣ

ଅଭିମାନ, ପ୍ରିୟାର ଅସଲ ଚେହେରା

ଅଭିମାନ ନିକଟରେ ପ୍ରେମିକର ସମର୍ପଣ ଭାବ

ଅଭିମାନ ରୁ କବିତା ଓ କାବ୍ୟ

ଅଭିମାନ ହିଁ ସମ୍ପର୍କର ସୂତା ଖିଅ

ଅଭିମାନ ହିଁ ଅଳଙ୍କାର ଅଭିମାନିନୀ ର

ଅଭିମାନ ଯୁଗ ଯୁଗାନ୍ତ ରୁ 

ଅଭିମାନ ରେ ପ୍ରେମିକାର ପ୍ରାଣ

ଅଭିମାନ ଭଞ୍ଜନ ହିଁ ପ୍ରେମିକ ର ପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance