STORYMIRROR

Chittaranjan Nanda

Romance Others

4  

Chittaranjan Nanda

Romance Others

ମୁଁ ତତେ ଆତ୍ମାରୁ ଭଲପାଏ

ମୁଁ ତତେ ଆତ୍ମାରୁ ଭଲପାଏ

1 min
407


ଅହରହ ଜଳେ, 

କଷଣ ଅନଳେ,

ଲୁହର ଦୀପାଳି ଜାଳେ,

ତୁମ ବିରହରେ,

ଅନ୍ତରଙ୍ଗ ବାସନା ଫୁଟି ଉଠେ,

ତୁମ ଆଗମନରେ,

ସତେ ଯେପରି,

ସ୍ଥିତି ହୋଇଯାଏ,

 'ତୁମମୟ',

ମୁଁ,

ଉଦବେଳିତ ହୁଏ,

ଅଦୃଶ୍ୟ ସ୍ପର୍ଶରେ,

ମୋ ଦୂର ଆକାଶରେ,

ରହି ଥାଅ ତୁମେ,

ବଉଦଖଣ୍ଡ ସଦୃଶ,

ତୃଷାର୍ତ୍ତ ମନ ନୟନେ,

ଅସହାୟ ପଣେ,

ମୁଁ ଘୁରିବୁଲେ,

ପ୍ରତିକ୍ଷଣ,

ଆଜି ଜୀବିତ ହୁଏ,

ସେ ସ୍ମୃତିଟି ସଜଳ,

ସତରେ ଭାବୁଛି ଆଜି,

ଏ କଅଣ ଚେତନାଟିଏ,

"ମୁଁ ତତେ ଆତ୍ମାରୁ ଭଲପାଏ "

ନା କଅଣ?

ଲେଖନୀ ମୁନରେ ସବୁ କି ସମ୍ଭବ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance