STORYMIRROR

Bela Bhumi

Romance

3  

Bela Bhumi

Romance

ବର୍ଷା ବିରହରେ ତୁମ କାଳିଦାସ

ବର୍ଷା ବିରହରେ ତୁମ କାଳିଦାସ

1 min
180


ଫିଟି ଲୋଟେ ବର୍ଷା ଋତୁର କବରୀ

ସତେ ବା ବିଳପେ ଶ୍ରାବଣୀ ଶର୍ବରୀ,

ସୁପ୍ତ ଏ ଜଗତ ପଥ ଜନ ହୀନ

ଥର ଥର ଛୁଏଁ ତୁମରି ସପନ,

ଭେକ ଡାହୁକର ସ୍ୱର ଆସେ ଭାସି

ବିରହେ ହୃଦୟ ଆତୁର ପ୍ରେୟସୀ,

ମାନ କି ନମାନ କିଙ୍କର ତୁମର

କଡ଼ ଲେଉଟାରେ ରାତ୍ରୀ ଉଜାଗର,

ଅଙ୍ଗେ ଯା' ଅନଙ୍ଗ ଜ୍ବାଳା ଅବଶେଷ

ବର୍ଷା ବିରହରେ ତୁମ କାଳିଦାସ, 

ପାନେ କାଦମ୍ବରୀ ତୃଷ୍ଣା କାହୁଁ ଶେଷ

ବୋଧ ହୁଏ! ଏହା ଋତୁର ବିଶେଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance