ବର୍ଷା ବିରହରେ ତୁମ କାଳିଦାସ
ବର୍ଷା ବିରହରେ ତୁମ କାଳିଦାସ
ଫିଟି ଲୋଟେ ବର୍ଷା ଋତୁର କବରୀ
ସତେ ବା ବିଳପେ ଶ୍ରାବଣୀ ଶର୍ବରୀ,
ସୁପ୍ତ ଏ ଜଗତ ପଥ ଜନ ହୀନ
ଥର ଥର ଛୁଏଁ ତୁମରି ସପନ,
ଭେକ ଡାହୁକର ସ୍ୱର ଆସେ ଭାସି
ବିରହେ ହୃଦୟ ଆତୁର ପ୍ରେୟସୀ,
ମାନ କି ନମାନ କିଙ୍କର ତୁମର
କଡ଼ ଲେଉଟାରେ ରାତ୍ରୀ ଉଜାଗର,
ଅଙ୍ଗେ ଯା' ଅନଙ୍ଗ ଜ୍ବାଳା ଅବଶେଷ
ବର୍ଷା ବିରହରେ ତୁମ କାଳିଦାସ,
ପାନେ କାଦମ୍ବରୀ ତୃଷ୍ଣା କାହୁଁ ଶେଷ
ବୋଧ ହୁଏ! ଏହା ଋତୁର ବିଶେଷ ।

