STORYMIRROR

Bela Bhumi

Romance

2  

Bela Bhumi

Romance

ଆଦିମ ତୃଷ୍ଣା

ଆଦିମ ତୃଷ୍ଣା

1 min
204

ଶୂନ୍ୟ ପିଆଲା ଭରି ଦିଅ ଥରେ

ଅଧରର ମଦିରାରେ

ଆଦିମ ତୃଷ୍ଣା ମେଣ୍ଟିଯାଉ କଣ୍ଠୁ

ଏନିଃ ସଙ୍ଗ ଶର୍ବରୀରେ,

ଝଙ୍କୃତ ହେଉ ନୂପୁରରୁ ତୁମ

ଜୀବନ ମଲ୍ହାର ସୁର

ମୁକୁଳା କୃଷ୍ଣକବରୀରେ ଖେଳୁ

ବଳାହକ ଶ୍ରାବଣର,

ଭିଜାଇଦିଅ ଗୋ ତନୁ ମନ ମୋର

ସେଇ ଶ୍ରାବଣ ବର୍ଷାରେ

ଜଳିଯାଉ ପଛେ ରୂପସୀ ଶର୍ବରୀ

ଆମ ମିଳନ ଈର୍ଷାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance