ବିରହୀ ଶିଳ୍ପୀ
ବିରହୀ ଶିଳ୍ପୀ
ପାଷାଣେ ଦେଲି ମୁଁ ରମ୍ୟକଳାକୁ
ତୁମରି ତନୁରେ ଦାନ
ହେଲେ ବୁଝିଲନି ପାଷାଣୀ ଗୋ ତୁମେ
ମୋ ଯୌବନ ଅଭିମାନ,
ଉରଜେ ଦେଲି ମୁଁ ସରୋଜର ପରଶ
ଅଙ୍ଗେ ଅନଙ୍ଗ ଭରି
ଠାଣି ମାଣି ଆଉ ଅଙ୍ଗ ଭଙ୍ଗିମା
ଅପସରୀ ଯେହ୍ନେ ଶିରୀ
ହେଲେ ପାଇଲିନି ତୁମରି ପରଶ
ସେଇ ଉଷ୍ମତା ଝୁରି
ଆଜିବି ଭସାଏ ଆୟୁସ କୁ ବସି
ପ୍ରେମେ ହିମବାହ ପରି
