STORYMIRROR

Bela Bhumi

Abstract

2  

Bela Bhumi

Abstract

ବିରହୀ ଶିଳ୍ପୀ

ବିରହୀ ଶିଳ୍ପୀ

1 min
259

ପାଷାଣେ ଦେଲି ମୁଁ ରମ୍ୟକଳାକୁ 

       ତୁମରି ତନୁରେ ଦାନ 

ହେଲେ ବୁଝିଲନି ପାଷାଣୀ ଗୋ ତୁମେ 

      ମୋ ଯୌବନ ଅଭିମାନ, 

ଉରଜେ ଦେଲି ମୁଁ ସରୋଜର ପରଶ

       ଅଙ୍ଗେ ଅନଙ୍ଗ ଭରି

ଠାଣି ମାଣି ଆଉ ଅଙ୍ଗ ଭଙ୍ଗିମା 

      ଅପସରୀ ଯେହ୍ନେ ଶିରୀ

ହେଲେ ପାଇଲିନି ତୁମରି ପରଶ

       ସେଇ ଉଷ୍ମତା ଝୁରି

ଆଜିବି ଭସାଏ ଆୟୁସ କୁ ବସି

      ପ୍ରେମେ ହିମବାହ ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract