STORYMIRROR

Bela Bhumi

Romance

1  

Bela Bhumi

Romance

ପ୍ରିୟା ମୋର ଆସେ

ପ୍ରିୟା ମୋର ଆସେ

1 min
32

ଦୂର ତାଳବଣେ ସଞ୍ଜ ନଇଁଗଲେ

ଫୁଙ୍ଗୁଳା ଆକାଶ କୋଳେ

ନୂପୁର ନଚେଇ ପ୍ରିୟା ମୋର ଆସେ

ମକର-ବଉଳ ମେଳେ,

ପଣତକୁ ତାର ପବନ ଛୁଇଁଲେ

ଚନ୍ଦନ ଚନ୍ଦନ ବାସେ

ଗାଁ ଚାନ୍ଦିନୀର ଚଉତରା ପରେ

ଚରଚା ଆସର ବସେ।।


Rate this content
Log in

Similar oriya poem from Romance