STORYMIRROR

PRABHAS KUMAR MOHAPATRA

Romance

3  

PRABHAS KUMAR MOHAPATRA

Romance

ପିଣ୍ଡର ଉର୍ଦ୍ଧ୍ୱରେ ତୁ...

ପିଣ୍ଡର ଉର୍ଦ୍ଧ୍ୱରେ ତୁ...

1 min
190


ତୁ କେବେ ସ୍ବୀକାର କରିବୁ ବୋଲି ମୁଁ

ସେକଥା କେବେ ଭାବିନି l

ତୁ କେବେ ତିରସ୍କାର କରିବୁ ବୋଲି

କେବେ କଳ୍ପନା କରିନି ll


ତୁ କେବେ ଘୃଣା କରିବୁ ବୋଲି ମୋତେ

ମୁଁ କେବେ ଚିନ୍ତା କରିନି l

କି ତୋ ଭଲପାଇବା କମିଯିବ ଭାବି

କେବେ ବଦଳି ଯାଇନି ll


ତୁ ମୋତେ ଭଲ ପାଉକି ନା ଜାଣିନି

କି କେବେ ମୁଁ ପଚାରିନି l

କାହିଁକିନା ସେସବୁ ଉତ୍ତର ଜାଣିବାକୁ

ମୁଁ ଆଦୌ କେବେ ଚାହିଁନି ll


କାଳେ ତୋ ପ୍ରତି ମୋ ପ୍ରେମକମିଯିବ

ତେଣୁ ଏସବୁ ଶୁଣିନି l

ତେଣୁ ଆଜିବି ମୋ ପ୍ରେମ ବଂଚିଛି

ଆଉ କେବେ ମରିବନି ll


ତୁ ଦୂରେଇ ଯିବୁ ଭାବି ମୁଁ କେବେବି

ତୋଠୁ ଦୂରେଇ ଯାଇନି l

ଅଭିମାନ କରିବୁ ବୋଲି କେବେ ଭାବି

ତୋତେ ଭୁଲି ମୁଁ ଯାଇନି ll


Rate this content
Log in

Similar oriya poem from Romance