STORYMIRROR

Shibanand Banchhor

Romance

3  

Shibanand Banchhor

Romance

ଫଗୁନ ରୁଶିଛେ

ଫଗୁନ ରୁଶିଛେ

1 min
197

ତମର୍ ଗଲାପରେ 

ବଦଲିଯାଇଛେ ଜୀବନ 

ଖାଲି କାଣା ଜୀବନ ବଦଲିଛେ 

ଜୀବନ ସାଙ୍ଗେ ବଦଳି ଯାଇଛେ ପ୍ରକୃତିର ରଙ୍ଗ୍ ।। 

ଫଗୁନ୍ ଆସିଛେ 

ହେଲେ ନାଇନ ତାର ରୂପ ରଙ୍ଗ

ଆଉ ସେ ଫଗୁନର କହଁର୍ 

ସବୁ ଫିକା ଫିକା ଲାଗୁଛେ ।। 


ଫଗୁନ୍ ବି ତମକେ ଝୁରୁଛେ 

ତମକେ ଝୁରି ଝୁରି 

ଆଉ ନି ଧରବାର 

ସେ ଆମ ବଗିଚାର ବଉଲ 

 ।।


ତମର ସୁରତା ଥି

ଗଛମାନେ ବି ଭୁଲିଗଲେ ନ

ପତର୍ ଝଡାବାର କେ 

ନୂଆଁ କଅଁଲିଆ ପତର ବି ନି ଆସବାର ଆଉ 

ତମର ଗଲାପରେ ।।


ପଲସାଫୁଲର ଲାଲ୍ ଜରଜର ରଙ୍ଗ ବି

ଫିକା ପଡିଯାଇଛେ 

ଆଉ ଝୁରମୁରୁଉଛେ 

ତମକେ ଭାଲି ଭାଲି 

।।


ଫୁଗନ୍ ପୁନିର ସେ ଗୁଲା ଜନ୍ ବି ଢାକିହେଇଛେ 

କଲା ବାଦଲମାନକର ଉହାଡେ 

ଆଉ ଆକାଶ ବି ଝରେଇ ପକଉଛେ 

ତାର ଆଖଁଲ କେ 

 ମୋର ଆଖିର ଆଖଁଲ ଲେଖେ ।।


ତମେ ଗଲ ଯେ 

ମୁଇଁ ତ ନି ରୁଶି , 

ହେଲେ ରୁଶିଛେ ଫଗୁନ୍ 

ଆଉ ସେ ପୁନିର ଜନ୍ , ।।


ଘାଏ ତ ଥରେ ଫିରିଦେଖ 

ଦେଖବ ,କେନ୍ତା ହସିଉଠବା ସେ ଫଗୁନ୍ 

ଧରି ବସବା ଆମ ବଉଲ୍ 

ଆଉ ଫେର୍ ଥରେ ଉଦିଆସବା ଫଗୁନ୍ ପୁନିର ଜନ 

ଆଉ ତାର ସଙ୍ଗେ ଜୀଇଁ ଉଠବାର ମୋର ମରୁଥିବାର ସପନ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance