STORYMIRROR

Shibanand Banchhor

Classics

2  

Shibanand Banchhor

Classics

ତୁମପାଇଁ

ତୁମପାଇଁ

1 min
3.0K

ତୁମ ପାଇଁ 

ସ୍ବପ୍ନ ବି କେବେ କେବେ ସତ ହୁଏ

ଜୀବନକୁ ଇନ୍ଦ୍ରଧନୁର ସପ୍ତରଙ୍ଗ ବୋଳି 

ରଙ୍ଗମୟ କରି ଗଢି ତୋଳିବା ପାଇଁ  


କେବେ କେବେ ଶାନ୍ତ ସମୁଦ୍ର ବି 

ଧାରଣ କରେ ଅଶାନ୍ତର ମୂର୍ତ୍ତି 

ଆଉ ସୃଷ୍ଟିକରେ ସୁନାମୀର ଢେଉଁ 

ସେମିତି କେବେ କେବେ ମୋ ହୃଦୟଟା ବି

ଆନ୍ଦୋଳିତ ହୋଇ ଅଶାନ୍ତ ହୋଇଉଠେ 

ଆଉ ସେଥିରେ ଡୁବ୍ ଡୁବ୍ ହୋଇ 

ଦୋଳି ଖେଳୁଥାନ୍ତି ପ୍ରେମ ତୂଲୀରେ ଆଙ୍କିଥିବା ମୋ ଚିତ୍ରମାନେ 

ଗୋଟେ କାଗଜର ଡଙ୍ଗା ପରି 


ନିସ୍ତବ୍ଧ ରାତ୍ରିରେ କେବେ କେବେ ସୃଷ୍ଟି ହୁଏ

ଧକ୍ ଧକ୍ କରୁଥିବା ଜୀବନ ଧ୍ବନି 

ମୋ ହୃଦୟର ପ୍ରଗାଢ ଗ୍ବହର ତଳେ 

ଜୀଇଁବାର ଲକ୍ଷ୍ୟ ନେଇ 

ତୁମ ସ୍ମୃତିର ତାଳେ ତାଳେ


ଭୂକମ୍ପର କମ୍ପନରେ କମ୍ପୁଥିବା 

ଅସହାୟ ଭୂମି ପରି 

କେବେ କେବେ ଥର୍ ଥର୍ କମ୍ପିଉଠେ 

ମୋ ଛାତିତଳ

କାଳେ ତୁମକୁ ହରାଇବା ଭୟରେ


କେବେ କେବେ ପ୍ରେମରେ ପ୍ରେମରେ 

ବୁଣିଦିଏ କବିତାର ଅନାବନା ଚାରା 

ମୋ ହୃଦୟର ଅନୁର୍ବର ଜମିରେ 

ସାହିତ୍ୟକୁ ଲଙ୍ଗଳ କରି 

ମିଠା ପ୍ରେମ ଫଳ ଆଶାରେ 

କେବଳ ତୁମ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics