STORYMIRROR

Shibanand Banchhor

Others

3  

Shibanand Banchhor

Others

ସିନ୍ଦୂର

ସିନ୍ଦୂର

1 min
11.7K


ଭାରତୀୟ ଶାସ୍ତ୍ରେ ପୁରାଣ ମଧ୍ୟରେ 

   ରହିଛି ସିନ୍ଦୂର କଥା 

ସଧବା ମସ୍ତକେ ସିନ୍ଦୂର ଶୋଭିତ 

   ଅଛି ପରମ୍ପରା ପ୍ରଥା ।।

ସିନ୍ଦୁର ନୁହେଁ ତ ସତେ ଅଟେ ତାହା 

    ପ୍ରାଣପ୍ରିୟ ଦୀପ୍ତିରେଖା 

ସାତ ଜନମର ସନ୍ତକ ହୁଅଇ 

    ସାଥିରୂପେ ହୁଏ ଲେଖା ।।

ବିଜ୍ଞାନ ମଧ୍ୟରେ ରହିଅଛି ପୁଣି 

   ସିନ୍ଦୂରର ଉପକାର 

ସିନ୍ଦୂର ମାଖିଲେ ମନ ଶାନ୍ତ ହୁଏ 

  ସବୁ କ୍ଳାନ୍ତି ହୁଏ ଦୂର   ।।

ସବୁ ମହିଳାଙ୍କ ଗୋଟିଏ କାମନା

   ସର୍ବଦା ଯେ ରହିଥାଏ 

ସିନ୍ଦୂରକୁ ନେଇ ଯିବେ ଆରପାରି 

  ସ୍ଥାନ ପାଇବେ ଯେ ସ୍ବର୍ଗେ ।।

ଜୀବନଠୁ ବଳି ସିନ୍ଦୂର ଅଟଇ 

  ନାରୀର ଯେ ମହାଧନ 

ସିନ୍ଦୂର ପାଇଁ ତ ସାବିତ୍ରୀ ଲଢିଲେ 

   ଯମ ସଙ୍ଗେ ପ୍ରାଣପଣ ।।

ନିଜ ପ୍ରିୟ ଜନ ହିତ ପାଇଁ ପୁଣି 

   ଲଗାନ୍ତି ସିନ୍ଦୂର ଟୋପା  

ରାମଙ୍କର ହିତେ ହନୁମାନ ପ୍ରଭୁ 

   ହୁଅନ୍ତି ସିନ୍ଦୂର ଲେପା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍