STORYMIRROR

Shibanand Banchhor

Others

3  

Shibanand Banchhor

Others

ଯୁଦ୍ଧ

ଯୁଦ୍ଧ

1 min
11.4K

ମହାଭାରତ,ରାମାୟଣ ପରି ନୁହଁ 

ପ୍ରଥମ କି ଦ୍ବିତୀୟ ବିଶ୍ବଯୁଦ୍ଧ ପରି ନୁହଁ 

ମଣିଷ ମଣିଷ ମଧ୍ୟରେ ବି ନୁହଁ 

ଅସ୍ତ୍ରମାନଙ୍କ ମଧ୍ୟରେ ବି ନୁହଁ 

ତଥାପି ଚାଲିଛି ଯୁଦ୍ଧ ଖୁବ୍ ଘମାଘୋଟ


ଯୁଦ୍ଧ ଏଠି ଚଲୁଛି କରୋନା ଓ ଭୋକ ମଧ୍ୟରେ 

କିଏ ପ୍ରଥମେ ଜିଣିପାରିବ ସହସ୍ର ଲୋକଙ୍କ ଜୀବନକୁ 

ଦୁହେଁ ପୋଖତ ଯୋଦ୍ଧା ନିଜ ନିଜ ଯୁଦ୍ଧକଳାରେ 

ମଣିଷକୁ ଗ୍ରାସକରିବାର କୂଟନୀତିରେ


ଯୁଦ୍ଧ ଚାଲୁଛି ଧନ ଓ ଦରିଦ୍ରତା ମଧ୍ୟରେ 

ସଂଘରୋଧ ଓ କ୍ଷୁଧାରୋଧ ମଧ୍ୟରେ 

ଏକୋଇଶ ଦିନର ବଞ୍ଚିବା ଲକ୍ଷ୍ୟରେ


ଗୋଟେ ପଟେ ରୋଗ 

ତ ଅନ୍ୟ ପଟେ ଭୋକ 

କେହି କାହାକୁ ବାଟ ଛାଡିବାକୁ ନାରଜ 

ଉଭୟଙ୍କୁ ଜୀବନ ଦରକାର 

ମଜୁରିଆ,ଖଟିଖିଆ , ନୀରିହ ଲୋକଙ୍କ


ସେ କଣ କରିବ ଯେ 

ରୋଗ ଜିତୁ ଅବା ଭୋକ 

ଯେମିତି ହେଲେ ବି ସେ ମରିବ 

ରୋଗରେ ଅବା ଭୋକରେ 

ମୃତ୍ୟୁର ଆଲିଙ୍ଗନ ଛଡା ତାର ଆଉ କଣ ଅଛି ଯେ


Rate this content
Log in