STORYMIRROR

Shibanand Banchhor

Others

4  

Shibanand Banchhor

Others

ଇଟା ଭାଟି ଥି ଜୀବନ

ଇଟା ଭାଟି ଥି ଜୀବନ

2 mins
338


ହେଟା ତ ଜୀବନ

ଦକ୍ ଦକ୍ ହେଇ ଦିଶୁଛେ 

ଡହଡହ ଅଙ୍ଗରା ଥି 

ଶୁଖୁଆ ପୁରଗିଲା ଲେଖେ ପୁରଗି ହେଉଛେ ।। 


ସମିଆର କରପନେ ହାରମାନସି 

କୁରୁକ୍ଷେତ୍ରର ଲାଲ୍ ମାଏଟ୍ ଥି ଅଭିମନ୍ୟୁ ବି 

ଧସେଇ ଯାଏସି କର୍ଣ୍ଣର ରଥର ଚକା ବି 

ତ ଇ ଛାର ଚଏତୁ କାଣା ଆଏ ଯେ 

ଇ ସମିଆର ଆଗାଡେ ।।


ଧାର ଧାର ହେଇ ବହିଯାଏସି ପାଏନଚା ରକତ

ଚଏତୁର ଛୋଟ ହେଲେ ବି 

ପାହାଡ ଲେଖେ ଛାତି ନୁ 

ଗହଦର ରୂପ ନେଇ ।।


ଭଙ୍ଗାଘରର ମେଲା ପର୍ଛି ଲେଖେ 

ଅଧା ନଙ୍ଗଲା ହେଇ ପଡିଥିସି ଚଏତୁର ଦିହେଁ 

ଖାଲି ଥିସି ତ ନିହି ବାଗିର 

ଖଣେ ଦଦରା ଫଟା ଲୁହୁଙ୍ଗି ।।


ଇଟାଭାଟିର ସେ କୁରିଆ ଥି 

ଥମ୍ ହେଇ ବସିଥିସନ ଦୁଇଟା ଜନ୍ 

ଉଆଁସର୍ କଲାବାଦଲେ 

ଉଲମି ଯାଇଥିସି ତାକର ମୁହୁଁ 

ଭୁକର ଚୋଟର ମାଡେ ।।


ଦୁରପଦୀ ଲେଖେ ବାରବରଷ ନାଇଁବୁଲି ଜଙ୍ଗଲେ ଚଏତୁର କନିଆଁ

ତାର ମୁନୁଷ ସାଙ୍ଗେ...

ତଥାପି ଦହଦହ ହେଇ ଜଲଉଥିସି ନିଜକେ 

ଇଟାଭାଟିର ଜୁଏ ଥି ଚଏତୁ ସାଙ୍ଗେ 

ମୁଠେ ଅରନ୍ ଲାଗି ।।


ହାରିଯାଏସନ ଅଭିମନ୍ୟୁ,

ହାରିଯାଏସି କର୍ଣ୍ଣ,

ହେଲେ ନାଇଁ ହାରେ ଚଏତୁ..

ଗହଦ୍ କେ ପିଇ ଇଟାଭାଟିର କୁରୁକ୍ଷେତ୍ର ଥି 

ମହାଭାରତ ଲଢି ଚାଲୁଛେ...

ଆଉ ଲଢିଚାଲୁଥିବା,

ତାର ସାଙ୍ଗେ ବାହାରି ଆସୁଥିବେ ଶହଶହ ଚଏତୁ 

ହାରଲା ବାଜିକେ ଜିତବାର ଲାଗି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍