STORYMIRROR

Shibanand Banchhor

Romance Classics

3  

Shibanand Banchhor

Romance Classics

ତୋର ମୋର ପ୍ରେମ କାହାନୀ

ତୋର ମୋର ପ୍ରେମ କାହାନୀ

1 min
77


ଶୁନ ଲୋ ସଜନୀ ମୋର ସାଙ୍ଗର ଜୁଲି 

   କହୁଛେ କାହାନୀ ଗୁଟେ 

ସେ କାହାନୀ ତ ଲିଖାହେଇଅଛେ 

    ବିଧାତାର କଲମର ଚୁଟେ ।।


ଆଏ ତ କାହାନୀ ପ୍ରେମର ବଖାନି 

   ଆଏ ରଜା ରାନୀ କଥା 

ତୁଇ ଅଉ ରାନୀ ମୁଇ ତୋର ରଜା

   ଆଏ ତ ପ୍ରେମର ଗାଥା ।।


ରଜା ରାନୀ ଦୁହେଁ ହସି ଖୁସି ଥିଲେ 

   କଟୁଥିଲା ଦିନ ସୁଖେ 

ରାନୀର ମନ ବୁଝିକରି ରଜା 

   ରହୁଥିଲେ ପାଖେ ପାଖେ  ।।


କାହୁଁ ଥିଲା ବିପଦ ଆସଲା ମାଡି 

   କାଲ ହେଇକରି ସତେ 

ସୁନ୍ଦର ଜୀବନ କେ ଛାରଖାର କଲା 

    ଦୁଖ ଛାଇଗଲା ପାଖେ ।।


ଖଟ ଧରିକରି ମୁର୍ଛା ହେଲେ ରାନୀ 

    ମାସ ମାସ ଧରିକରି 

ଉସୋ କସା କେତେ କରଲେ ବଇଦ 

   ନେଇ ପାରଲେ ବନେ କରି ।।


ଖଟ ପାଖେ ରାଜା ବସିକରି ଏବେ 

   କହୁଛନ କାହାନୀ ଗୁଟେ 

ଭାଏଲ କେ ରାନୀ ଉଠିଯିବା ବଲି 

    ପ୍ରେମର ତାକତ ବଲେ ।।


କାହାନୀ ବନେଇ କହୁଛେ ମୁଇଁ 

   ତୋର ମୋର କଥା ଆଏଜ୍

ଶୁନିକରି ତୁଇ ଉଠିଯା ସଜନୀ 

   ହସିଉଠୁ ପ୍ରେମ ରାଏଜ୍ ।।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance