STORYMIRROR

Shibanand Banchhor

Others

4  

Shibanand Banchhor

Others

କେବେ ଖୁଜିଛ କେ

କେବେ ଖୁଜିଛ କେ

1 min
161


କେବେ ଖୁଜିଛ

ଅନ୍ଧାର୍ ଭିତରେ ଧୋପ୍ ଫର୍ ଫର୍ 

ବଗ୍ ଲେଖେର୍ ଉକିଆଁ କେ 

ଯେନ୍ ଉକିଆଁ କି ରାମ୍ ହେଇ ମାରି ଦେସି 

କିଟକିଟିଆ୍ ରାବଣ ଲେଖେ ଅନ୍ଧାର କେ 

ଜାଳି ଦେସି ଜୀବନର ହିଷାଁ ହଁକାର୍ କେ ।।


କେବେ ଖୁଜିଛ 

ଦୁଃଖ୍ ଭିତରେ ସୁଖ୍ କେ 

ଯେନ୍ ସୁଖ୍ ଘଡେ ହଉ କି ଛନେ

ମିଟେଇ ଦେସି ମନର ଘାଆ କେ 

ଠିକ୍ ସେ ଦରଦର ମଲମ ଲେଖେ ।।


କେବେ ଖୁଜିଛ 

ନିଜର୍ ଭିତରର୍ ରାମ କେ ,

କୃଷ୍ଣ କେ ଆଉ ଜଗନ୍ନାଥ କେ ,

ସତ୍ କେ ,ନିୟେ କେ 

ଆଉ ଭାଇଭାବ୍ କେ ।। 


ଖୁଜୁଛ ତ ଖାଲି 

ନିଜର୍ ଭିତର୍ ର ହିଷାଁ

ହଁକାର୍ ଆଉ ଅନିୟେ କେ 

ରାମ କେ ଛାଡି ରାବଣ କେ 

କୃଷ୍ଣ କେ ଛାଡି କଁସ୍ କେ ।।


ପାରୁଛ ବେଳେ ପୁଡେଇ ଦିଅ 

ମନର୍ ସବୁ ହିଷାଁ ,ହଁକାର୍ କେ 

ସତ୍ ଆଉ ନିୟେ ର ଡବା ଘି ଥି 

ଆଉ ନିଜର୍ କରି ପକ

ଇ ସତ୍ ,ନିୟେ ଆଉ ଭାଇଭାବ୍ କେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍