STORYMIRROR

Shibanand Banchhor

Inspirational Children

3  

Shibanand Banchhor

Inspirational Children

ସ୍ବପ୍ନିଲ ସହର

ସ୍ବପ୍ନିଲ ସହର

1 min
161

ଠିକ୍ ସମସ୍ତେ ଶୋଇଗଲା ପରେ 

ଚିହିଁକି ଉଠି ଚେଇଁଉଠେ ଗୋଟେ ସ୍ବପ୍ନିଳ ସହର 

ଜହ୍ନ ଉଦେ ,ରାତ୍ରି ଆସେ 

ଠିକ୍ ସେତେବେଳେ ସେଠି ଦିନ ହୁଏ

ଅନ୍ୟ ଏକ ସୂର୍ଯ୍ୟ ଉଏଁ ।


ଏଠି ଯେବେ ପେଟ ଭରେ 

ନିଦ୍ରା ଆସେ  

ସେଠି ତେବେ ଭୋକ ମରେ

ନିଦ୍ରା ହଜେ 

ଅନ୍ୟ ଏକ ଦୁନିଆର ଉଦ୍ଭାବନ ହୁଏ ।


ତମାମ୍ ଝଡଝଞ୍ଜା ପରେ 

ଶାନ୍ତ ହୋଇଯାଏ ଫାଳେ ପୃଥିବୀ 

ଆଉ ସେଠି ଉଙ୍କି ମାରେ 

ଗୋଟିଏ ସ୍ବପ୍ନିଳ ସହର 

ତା ଗୁଡ଼ିଏ ସ୍ବପ୍ନକୁ ନେଇ ।


ସ୍ବପ୍ନ ସବୁ ବାହାରି ପଡ଼ନ୍ତି

ଚିରାକନା, ଫଟା ଲୁଗା ପିନ୍ଧି 

କାଖରେ ପ୍ଲାଷ୍ଟିକ ଅଖା ନେଇ 

ଆଖିରେ କିଛିଟା ଅଛପା ନିଦ୍ରା ନେଇ ।


ସାଉଁଟି ଆଣନ୍ତି

ଭଦ୍ରତାର ମୁଖାରେ ଶୋଇଥିବା ସେ ଅଭଦ୍ର ମାନଙ୍କ

ଏଣେତେଣେ ଫିଙ୍ଗିଥିବା ମଇଲା ,କଚଡା

ଆଉ ତାଙ୍କ ନାକାମ ପଣିଆକୁ 

ଢାଙ୍କି ଦିଅନ୍ତି ପାରିବାପଣିଆର ପରିଚ୍ଛେଦ ଦେଇ ।


ସ୍ବପ୍ନ ସବୁ ବୀଜ ବୁଣନ୍ତି

ବୀଜ ପୁଣି ଗଜା ହୁଏ, ପତ୍ର ହୁଏ, ଗଛ ହୁଏ

ଠିକ୍ ଯେତେବେଳେ ଫୁଲ ଧରେ 

କେହି ଜଣେ କାଟି ଯାଏ 

ଜିତୁ ଜିତୁ ସ୍ବପ୍ନିଳ ସହରରେ ପରାସ୍ତର ବିଗୁଲ୍ ବାଜେ 

ବାସ୍ତବତାର ରୂପ ନେଉଥିବା ଆଲୁଅ ସବୁ 

ପୁଣିଥରେ ଅନ୍ଧାରରେ ହଜିଯାଏ ।


ତଥାପି ସ୍ବପ୍ନମାନେ ଆଉଥରେ ଉଠିପଡନ୍ତି 

ପୁଣି ଗୋଟେ ସ୍ବପ୍ନିଳ ସହରକୁ 

ବାସ୍ତବତାର ରୂପ ଦେବାକୁ 

ପରାସ୍ତର ରାସ୍ତାକୁ ଭୁଲି 

ସୁନିଶ୍ଚିତ ବିଜୟପଥରେ ଆଗକୁ ବଢ଼ିଯିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational