ଭ୍ରାତୃତ୍ୱ ଭାବନା
ଭ୍ରାତୃତ୍ୱ ଭାବନା
ଏକ ନଭ ତଳେ ହୃଦୟ ଧାରୀ ଆମେ
ସହୃଦୟେ ଜୀବନ ବିତେଇବା,
ଭିନ୍ନ ମା ଗର୍ଭୁ ହେଲେହେଁ ଜାତ
ସର୍ବତ୍ର ଭ୍ରାତୃତ୍ଵ ଜ୍ୟୋତି ଜଳେଇବା ।
ଏଇ ଧରା ହିଁ ତ ମାଆ
ଆମେ ସଭିଏଁ ତାରି ଛୁଆ
ପ୍ରତି ହୃଦ୍ ସ୍ପନ୍ଦନେ ଲାଗିଥାଉ
ସଦା ଭ୍ରାତୃତ୍ଵ ଭାବର ନିଆଁ ।
ଲାଭ କ୍ଷତିର ହିସାବ ତ
ଖାଲି ଚାଲିଅଛି ଏଇଠି
ସେବା ମନୋଭାବ ପରୋପକାର
କୁହ ଦେଖିବାକୁ ମିଳୁଛି କେଉଁଠି ।
ଗର
୍ବ ଅହଙ୍କାର ପୁଣି ହିଂସା
ସର୍ବତ୍ର ଲୋଭ ମୋହ ଆଉ ମାୟା,
ଦୁଃଖ ସମୟେ କାହାରି ପାଖେ
କୁହ କିଏ ହେଉଛି କି ଠିଆ ।
ଶୁଭୁଛି ଖାଲି ଏଟା ତୋର ସେଟା ମୋର
କାହିଁ ସେ ବିଶ୍ଵ ଭ୍ରାତୃତ୍ଵ ଭାବନା,
କେବେ ଏ ମଣିଷ ମଣିଷ ହେବ
କରି ପାରିବ କିଏ ତାର ପରିକଳ୍ପନା ।
ଆସ ବନ୍ଧୁ ଆମେ ସଭିଁଏ
ଜୀବନର ସଦ୍ଭାବନାକୁ ଜାଗ୍ରତ କରିବା,
ବସୁଧୈବ କୁଟୁମ୍ବକମ୍ ମନ୍ତ୍ରକୁ
ପ୍ରତିଟି ହୃଦୟରେ ସ୍ଥାନ ଦେବା ।