କରୋନା ବିରୁଦ୍ଧରେ ମାସ୍କପରିଧାନ
କରୋନା ବିରୁଦ୍ଧରେ ମାସ୍କପରିଧାନ
ଛୁଅନା ଛୁଅନା ବନ୍ଧୁ ମୋତେତୁମେ
ମୋତେ ତୁମେ ଜମା ଛୁଅନା
ଚୁମ୍ବନ ମୋହର ଲୋଡା ନାହିଁ ପ୍ରିୟ
ମାସ୍କ ପିନ୍ଧାଇଛି କରୋନା |
ଭଲ ପାଇବା ଟା ହୃଦୟରେ ରଖି
ହୃଦେ କୋହ ଚାପି ରଖିବ
ମୋ ପାଖରେ ଥିବା ଭୂତାଣୁ ଡେଇଁବା
ସମ୍ଭାବନା କମ୍ ହୋଇବ |
ଛୂଇଁଲେ ପାଖରେ ବସିଲେ କରୋନା
ଭୂତାଣୁ ଡେଇଁବ ବୋଲି
ମାସ୍କ ପିନ୍ଧିବାକୁ ଡାକ୍ତର କହନ୍ତି
କରୋନା କହିଛି ଖୋଲି |
ଆଲିଙ୍ଗନ କଲେ ତୁମରି ହାତର
କରୋନା ଭୂତାଣୁ ସବୁ
ମୋ ଦେହକୁ ଆସି ହାର୍ଟ ଲଙ୍ଗ୍ସ କିଡ୍ନି
ସମୂଳେ ନାଶିବେ ସବୁ|
ଜୀବନଟା ଆଗ ପ୍ରେମଭାବ ପର
ବଞ୍ଚିଲେ ସମ୍ପର୍କ ଗଢେ
କରୋନା କ୍ଷୁଦ୍ରାତି କ୍ଷୁଦ୍ର ଜୀବଟିଏ
ହେଳା କଲେ ଭେଳା ବୁଡେ |
ସମଗ୍ର ପୃଥିବୀ କବଳିତ ଆଜି
ଏ କ୍ଷୁଦ୍ର ଭୂତାଣୁ ଦ୍ବାରା
ତୁମେ ସାମାଜିକ ଦୂରତା ବଜାୟ
ରଖ ମୋ ଦୁଃଖ ପାସୋରା |
ମୁଖକୁ ମାସ୍କରେ ଘୋଡାଇ ରଖିଲେ
କାଶ ଛିଙ୍କଠାରୁ ରକ୍ଷା
କରୋନା ଭୂତାଣୁ କଫରେ ଛିଙ୍କରେ
ମାସ୍କକରେ ତା'ଠୁ ରକ୍ଷା |
ଆହେ ପ୍ରାଣଧନ ମୋକଥାକୁ ମାନ
ପ୍ରଥମେ ଆମ ଜୀବନ
ଆମରି ଜୀବନ ବଞ୍ଚିଥିଲେ ସିନା
ଲଭିବା ଶହେ ଫଗୁଣ |
ମୋ କଥାକୁ ମାନ ମାସ୍କ ପରିଧାନ
କରିବାକୁ ଭୁଲ ନାହିଁ
ଜନଗହଳିଠୁ ଦୂରେଇ ରହିଲେ
ସଂକ୍ରମଣ ଭୟ ନାହିଁ
କର ମର୍ଦ୍ଦନ ବା ଆଲିଙ୍ଗନ ଆଉ
ଚୁମ୍ବନ ଆଙ୍କିବ ନାହିଁ |
ଦୂରରୁ ଜୁହାର କରିଣ ସମ୍ମାନ
ଜଣାଇ ପାରିବ ତୁମେ
ଆଖିର ଇସାରା ଦୂରୁ ହାତ ଠାରି
ପ୍ରେମ ସ୍ନେହ ଦେଖା' ତୁମେ |
