STORYMIRROR

Kananbala Das

Inspirational

4  

Kananbala Das

Inspirational

ମୃଗତୃଷ୍ଣା

ମୃଗତୃଷ୍ଣା

1 min
292


ବାହ୍ୟଚାକଚକ୍ୟ  ମହକାଳ ଫଳ

  ଆକର୍ଷିତ କରେ ମନ,

ସେଇ ସମ୍ମୋହନ ପାଗଳ କରୁଛି

  ଧାଉଁଛି ଦେଇ ଜୀବନ


ମର୍ଯ୍ୟାଦା ର ସୀମା ସମାଜ ନିୟମ

  ସବୁ ଦିଏ ତୁଚ୍ଛ କରି,

ଅମଡ଼ା ପଥରେ ପଥିକ ହୋଇଣ

   ଉଲ୍ଲାସରେ ମନ ଭରି


ଗୋପନରେ ପାପ ବିଭ୍ରାନ୍ତ କରିଲେ

   ଲୁଚିବନି ମିଛ ଖେଳ,

ସମୟ ନିଶ୍ଚୟ ଜବାବ ଦେବତ

   ଭାବୁଥିବ ଭାଗ୍ୟ ଫଳ


କାହାର ବିଶ୍ୱାସେ ବିଷ ଭରି ଦେଇ

   ଗଢ଼ିବ କି ଭାବମୂର୍ତ୍ତି,

ସାମୟିକ ସୁଖେ ଲାଳସା ମେ6ଣ୍ଟନା

   ଲୁଚେ ନାହିଁ ନିଜ କିର୍ତ୍ତୀ


ସବୁ ଚକ୍ ଚକ୍ ଚିଜ ସୁନା ନୁହେଁ

   ଭ୍ରମ ସୃଷ୍ଟି ହୁଏ ମନେ,

ପ୍ରଲ୍ଲୋଭନକରି  ଟାଣ ଇ ମନକୁ

   ପଥଭ୍ରଷ୍ଟ ର କାରଣେ


ଜରି ବନ୍ଧା ଥିବା ଉପହାର ସବୁ

   କେବେ ନୁହେଁ ମୂଲ୍ୟବାନ,

 ହେଜି ଲାବେଳକୁ ସବୁ ସରିଯାଏ

   ଅନୁତାପେ ଜଳେ ମନ


ସ୍ୱପ୍ନର ସମ୍ଭାର ଝରିବା ଆଗରୁ

   ଆତ୍ମଘାତୀ ହୁଏ ମନ

ନିଜ ଭୁଲ ପାଇଁ ସମୟ ବିତିଲେ

   ଜଲୁଥିବ ଚିରଦିନ🌲


ମିଛ କହିଦେଇ କଥାରେ ଭୁଲାଇ

   ସପନ ମହଲ କଲେ,

ବୁମେରାଂ ହୋଇ ସେଇ ମିଛ ଦିନେ

  ଫେରିବ ତୁରନ୍ତ ଭଲେ


ମରୁଦ୍ୟାନେ କିବା ତୃଷା କି ମେଣ୍ଟିବ

   ମୃଗ ତୃଷ୍ଣା ଭଳି ଭ୍ରମ,

ହା' ହୁତାସନେ  ଅବଶୋଷ ଭରା

   କଳୁଷିତ ଆତ୍ମା ସମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational