STORYMIRROR

Kananbala Das

Abstract

3  

Kananbala Das

Abstract

ଜୀବନ ଏମିତି

ଜୀବନ ଏମିତି

1 min
223


ଜୀବନ ଏମିତି ଚଲା ନଈଟିଏ

        ଅଣଲେଉଟା ତା ଗତି,

ଥରେ ଗଡ଼ିଗଲେ ଆଗକୁ ଚାଲେସେ

        ପଛକଥା ହୁଏ ସ୍ମୃତି।


ଜୀବନ ଗୋଟିଏ ପାଣ୍ଡୁଲିପି ଟିଏ

        ଯୋଡିହୁଏ ପୃଷ୍ଠା ନିତି,

ଜୀବନର ଛନ୍ଦ ସୁରିଲା ସଙ୍ଗୀତ

       ଭରିଯାଏ କେତେ ପ୍ରୀତି।


ଜୀବନର ପଥ ଚଲା ବାଟଟିଏ

      ସୁଖ, ଦୁଃଖ ଅଛି ଭରି,

କେବେଥାଏ ହସ କେବେପୁଣି ଲୁହ

      ଚଲାବାଟ ଯାଏ ସରି।


ଜୀବନ କାହାଣୀ ଗପବହି ଟିଏ

      ପଢିଲେ ସରିବ ନାହିଁ,

ଅନୁଭବ ଗାଥା ଅଙ୍ଗେନିଭା କଥା

     ଲେଖା ହୋଇଥାଏ ଯହିଁ।


ମଣିଷ ଜୀବନ ଜଟିଳ ଗଣିତ

      ଖୋଜୁଥାଏ ସମାଧାନ

ଅମା ଅନ୍ଧାରରେ ଘୁରିବୁଲୁଥାଏ

      ଜୀବନ ହୁଏ ଉଚ୍ଛନ୍ନ।


ଜୀବନ ଅସଂଖ୍ୟ ପ୍ରଶ୍ନ ସମାହାର

      କିଏ ଭଲ କିଏ ମନ୍ଦ

ତ୍ରୁଟି ଅନୁଭୂତି ଶିକ୍ଷଣ ର ଗତି

      ଚେତନା ଛଡ଼ାଏ ଦ୍ଵନ୍ଦ।


ଜୀବନର ନୀତି ଧର୍ମ ଅଧର୍ମର

      ପରଖ ଥାଏ ଯେଉଁଠି,

ଅଜ୍ଞାନ ଅନ୍ଧାର ଦୁରୀଭୂତ ହୁଏ

      ଜ୍ଞାନର ଉଦ୍ରେକ ସେଠି।


ଜୀବନର ସ୍ଥିତି ପ୍ରେମ ପରିସୀମା

      ମଧୁରୀମା ସ୍ନେହପ୍ରୀତି,

ମୋହମାୟା ବଶେ କୁହୁଡି ପହଁରେ

      ମର୍ତ୍ତ୍ୟରେ ଅମରାବତୀ।


ଜୀବନର ଆଶା ଅସମାପ୍ତ ତୃଷ୍ଣା

       ବାକି ରହେ କିଛି ସ୍ବପ୍ନ,

ପ୍ରାପ୍ତିରୁ ଅପ୍ରାପ୍ତି ସବୁମିଳିଯାଏ

      ସ୍ନେହ ବାସ୍ତବତା ଭିନ୍ନ।

      

ଜୀବନ କାମନା ମାୟାଞ୍ଜନ ଭରା

     ଭୋଗ ଲାଳସାରେ ମତି

ପ୍ରତି ଅଭିନୟ ମଞ୍ଚସ୍ଥ ନାଟକ

     ବୋଧେ, ଜୀବନ ଏମିତି।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract