STORYMIRROR

Kananbala Das

Romance

4  

Kananbala Das

Romance

ପ୍ରେମ ଓ ବିଚ୍ଛେଦ

ପ୍ରେମ ଓ ବିଚ୍ଛେଦ

1 min
437


ପ୍ରେମ ପରିପୂର୍ଣ୍ଣ ଆତ୍ମ ସମର୍ପଣ

   ଅନ୍ତହୀନ ସେ ପିପାସା,

ନମ୍ର ଆରାଧନା ମଗ୍ନଚେତନାରେ

   ନିରବିତ ମନ ଭାଷା।।


ପ୍ରେମରେ ବିଷାଦ ଭରେ ଅବସାଦ

    ଛନ୍ଦହୀନ ନୀରବତା,

ଅଲେଖା କାଗଜେ ଆଭାହୀନ ଲେଖା

    ଶବ୍ଦହୀନ ସେ କବିତା।।


ଭାବଶୁନ୍ୟ ଶବ୍ଦ ପ୍ରିୟର ବିଚ୍ଛେଦ

   ଜାଗେ ଉନ୍ମାଦନା ବ୍ୟଥା,

ଅନ୍ତରଙ୍ଗ ସ୍ନେହ ଝୁରୁଥାଏ ମନ

    ପ୍ରୀତି କଦମ୍ବର କଥା।।


ବିରହର ବ୍ୟଥା ଜାଣିଛି ଚକୋରୀ

    ଚାନ୍ଦଠାରୁ ଦୁରେ ରହି,

ଦହନର ଜ୍ବାଳା  ବୁଝିଛି ପତଙ୍ଗ

    ଅନଳ କୁ ଭଲପାଇ।।


ତିଥି ଅମାବାସ୍ୟା ନିଶବ୍ଦ ଅନ୍ଧାରେ

    ଝୁରିହୁଏ ପ୍ରଣୟିନୀ,

ଜହ୍ନବି ଲୁଚିଛି ନୀଳ ଗଗନରେ

   ଝୁରୁଅଛି କୁମୁଦିନୀ।।


ଶାଶ୍ୱତ ସ୍ବାକ୍ଷର ପରିଧି ପ୍ରେମର

   ଅମୂଲ୍ୟ ମଣି କାଞ୍ଚନ,

ପ୍ରେମହିଁ ଜୀବନ ମଧୁର ସ୍ପନ୍ଦନ

   ବିଛେଦରେ ଅଭିମାନ।।


ସକରୁଣ ସଞ୍ଜ ନଇଁ ପଡେ ଯେବେ

   ପ୍ରତୀକ୍ଷାର ଝରକାରେ,

ମୂର୍ଛିତ ଆବେଗେ ନିରବ ବିଜନେ

   ବିରହିଣୀ ସଦା ଝୁରେ।।


ପ୍ରିୟଠାରୁଦୂରେ ବିଚ୍ଛେଦବ୍ୟଥାରେ

    ପ୍ରଲମ୍ବିତ ନୀରବତା,

ବିରହ କଷଣ  ଅଶ୍ରୁ ର ତର୍ପଣ

   ହତାଶା ଆଣେ ଶୁନ୍ୟତା।।


ପ୍ରେମ, ପ୍ରୀତି ରସ ଶୃଙ୍ଗାର ବିଳାସ

   ସବୁ ଆଜିଲାଗେ ବ୍ୟର୍ଥ,

ବିଦଗ୍ଧ ମନରେ ପ୍ରତୀକ୍ଷିତ ପ୍ରାଣ

   ଚାହିଁ ଥାଏ ପ୍ରିୟ ପଥ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance