STORYMIRROR

Kananbala Das

Romance

4  

Kananbala Das

Romance

କୋଣାର୍କ ଶିଳ୍ପୀ

କୋଣାର୍କ ଶିଳ୍ପୀ

1 min
369


ମୁକ କୋଣାରକ ହୋଇଛି ନିର୍ବାକ

  ଦେଖି ଶିଳ୍ପୀ କାରୁକାର୍ଯ୍ୟ,

ନିହାଣ ମୁନରେ କରିଛି ଜୀବନ୍ତ

  ଶିଳାରେ ଭରି ମାଧୁର୍ଯ୍ୟ।।


କୋଟି କମନୀୟ କାରୁକାର୍ଯ୍ୟେ ପୂର୍ଣ୍ଣ

   ଐଶ୍ୱର୍ଯ୍ୟର ଗନ୍ତାଘର,

ଶିଳ୍ପୀ ଶିଳ୍ପକଳା ଅନବିଦ୍ୟ ସୃଷ୍ଟି

    ମୁଗ୍ଧ ସୁଷମା ସମ୍ଭାର।।


ବାରଶହ ଶିଳ୍ପୀ ବାରବର୍ଷ ଶ୍ରମ

   ଅମ୍ଳାନ ସେ କୀର୍ତ୍ତି ରାଜି,

ବିଶ୍ୱ ଦରବାରେ କାଳଜୟୀ ହେଲା

   ସପ୍ତାଶ୍ଚର୍ଯ୍ୟେ ଗଣା ଆଜି।।


ଇତିହାସ ରଚି ଯଶ ରଖିଗଲେ

   ରାଜା ନରସିଂହ ଦେବ,

ଶ୍ରେଷ୍ଠ ସ୍ୱୀକୃତିର ସାର୍ଥକ ସ୍ମାରକୀ

   ଯୁଗେ ଯୁଗେ ରହିଥିବ।।


କିଏସେ ବୁଝିବ ଶିଳ୍ପୀକୂଳ କଥା

 ଶିଳାରେ ଲେଖା ସେ ଗାଥା,

ଜୀବନ ଯୌବନ ବ୍ୟର୍ଥେ ଝରିଗଲା

  ରହିଗଲା ହୋଇ ବ୍ୟଥା।।


ନିହାଣେ ଖୋଦିଛି ସ୍ୱପ୍ନରେ ହଜିଛି

   ପ୍ରେମର ସ୍ମାରକୀ ସ୍ଥାପି,

ଯୌବନ ଉଛ୍ୱାସ ପ୍ରୀତିର ବିଶ୍ବାସ

   ଶିଳ୍ପୀ ଛାତି ତଳେ ଚାପି।।


ପ୍ରିୟା ଠାରୁ ଦୂରେ ପ୍ରିୟା ଭାବନାରେ

    ହୁଏ ଯେବେ ଆନମନା,

ଶିଳ୍ପୀ ଆଙ୍କିଥାଏ ମିଳନର ସ୍ମୃତି

    ମନେ ଭରି ଉନ୍ମାଦନା।।


ସ୍ମୃତିତ ପାଥେୟ ପ୍ରେରଣାର ଉତ୍ସ

   ସ୍ପନ୍ଦନେ ଭାବନା ରହେ,

ଗାତ୍ରେ ଶିଳା କନ୍ୟା ରୂପସୀ ଲଳନା

   ଚୁପି ଚୁପି କଥା କହେ।।


ମନର ମାନସୀ ଶିଳାକନ୍ୟା ସାଜି

   ନିଶିଥ ବିଜନ ବେଳେ,

ଅନୁରାଗେ ଭରେ ଭାବର ପୀରତି

   ଯୌବନର ତାଳେ ତାଳେ।।


ପ୍ରୀତିର ପାର୍ବଣ କରେ ସମ୍ମୋହନ

   ଅୟୁତ ଯୁଗର ତୃଷ୍ଣା,

ଲାବଣ୍ୟେ ଝଲସେ କଳ୍ପନାରେ ଆସେ

  ମନର ମାନସୀ କନ୍ୟା।।


ଶିଳାର ସ୍ମାରକୀ ସ୍ବପ୍ନ ବିଳାସିନୀ

   ନିଃଶବ୍ଦେ ଦିଏ ସ୍ୱୀକୃତି,

ଉତ୍କଳୀୟକଳା ଜୀବନ୍ତ ଐତିହ

    ଶିଳ୍ପୀ ସୂକ୍ଷ୍ମ କଳାକୃତି।।




    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance