STORYMIRROR

DEEPALI JENA

Romance Others

4  

DEEPALI JENA

Romance Others

ତୁମେ ଓ ମୁଁ

ତୁମେ ଓ ମୁଁ

1 min
399

କିଛି କହିବି ମୁଁ

କିଛି କହିବ ତୁମେ

ଦୁହେଁ ବୁଝୁଥିବା ନୀରବତାର ଭାଷାରେ 

ସମୟ ଥିବ ଚୁପ୍ ଆଉ 

ଆଖି ଦୁହେଁ କୁହାକୁହି ହେବେ -

ଓଠ ଦୁଇ ଚୁପ୍ ଥିଲାବେଳେ

ହଜିଥିବ ଆମ ସ୍ମୃତି ଭିଜୁଥିବ ଆମ ଆଖି

ଅତୀତ ବଖାଣିବା ବେଳେ

ମୁଁ ବାଚାଳ ପାଲଟୁ ଥିବି 

ପ୍ରତିଥର ଭଳି ପାଗେଳି କହି 

ତମେ ଚିଡଉ ଥିବ

ମୁଁ ରାଗୁଥିବି, ଋଷୁଥିବି ଉପରେ ଉପରେ 

କୋଳେଇ ନେଇ ଛୋଟ ପିଲାଟେପରି 

ପରୀ ରାଇଜର କାହାଣୀ ଶୁଣେଇବ 

ଧୋ ବାଇଆ ଗୀତ ଗାଇ ଶୁଆଇ ଦବ

ତମ କୋଳରେ ସାରା ଜୀବନର

ଦୁଃଖ ଢାଳିଦେବି

ପୁଣି ଥରେ ମୋ ଅସମ୍ପୂର୍ଣ୍ଣ ଜୀବନକୁ

ପୁରା କରିଦେବି 

ଦୁହେଁ ବସିଥିବା ଫୁଲର ଦୋଳିରେ

ପବନ ସାଥେ ଗୀତ ଗାଇ

ମେଘ ସାଥେ ହସିଖେଳି

ଜୀବନକୁ ଆମେ ବିଦାୟ ଦେବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance