STORYMIRROR

Barsha Swain

Romance

4.3  

Barsha Swain

Romance

ତୁମ ଭିତରେ ହିଁ ମୁଁ

ତୁମ ଭିତରେ ହିଁ ମୁଁ

1 min
206


ଥରେ କେବେ ସଜାଡି ଦେଖ

ତୁମ କବିତାର ଅସଜଡା ପଂକ୍ତି ମୁଁ ,

ଥରେ କେବେ ଭାବି ଦେଖନା

ତୁମ ଭାବନାର ପ୍ରତି ଶବ୍ଦରେ ମୁଁ ,

କେବେ ଥରେ ହସି ଦେଖନା

ତୁମ ଖୁସିର ସବୁ ଝଲକରେ ମୁଁ ,

ତୁମ ଲୁହ ଭିଜା ଆଖିର

ପ୍ରତ୍ୟେକ ବୁନ୍ଦାରେ ମୁଁ ,

ନିଜେ କେବେ ଜଳି ଦେଖନା

ସେ ଜ୍ୱଳନର ଅହରହ ପୀଡାରେ ମୁଁ ,

ବର୍ଷାରେ କେବେ ଭିଜି ଦେଖନା

ତାର ପହିଲି ଛିଟାରେ ମୁଁ ,

ନିଜକୁ କେବେ ହଜେଇ ଖୋଜି ଦେଖ

ସେ ପ୍ରାପ୍ତିର କାରଣ ବି ମୁଁ ,

ତୁମ ନିଃଶ୍ୱାସର ପ୍ରତିଟି ସ୍ପନ୍ଦନରେ ,

ତୁମ ପ୍ରତିଟି ପ୍ରଶ୍ନର ଉତ୍ତର ରେ

କେବଳ ମୁଁ ହିଁ ମୁଁ। 

ତୁମ ଦେହର ପ୍ରତି ରକ୍ତ ବୁନ୍ଦାରେ 

ତୁମ ରାତିର ସବୁ ସ୍ୱପ୍ନରେ ବି ମୁଁ ,

ଆଉ ସେ ସ୍ୱପ୍ନର ନାୟିକା ବି ମୁଁ 

ତଥାପି ସବୁ ଜାଣି ବି ଅଜଣା ତୁମେ,

କେବେ ଥରେ ପଚାରନା ନିଜକୁ

ତୁମ ଭିତରେ ହିଁ ମୁଁ ।



Rate this content
Log in

Similar oriya poem from Romance