STORYMIRROR

Barsha Swain

Romance Others

4  

Barsha Swain

Romance Others

ପ୍ରେମିକା

ପ୍ରେମିକା

1 min
240

ଯଦି ଅନୁମତି ମିଳେ,

ମୁଁ ସବୁଜନ୍ମରେ ତୁମ ପ୍ରେମିକା ହେବାକୁ ଚାହିଁବି

ସାରା ଜୀବନ ଜହ୍ନର ଜ୍ଯୋସ୍ନାରେ ଭିଜେଇବି

ତୁମ ନୀରବତାରେ ହସିବି......

ତୁମ ଛାତିର ପ୍ରତିଟି ସ୍ପନ୍ଦନରେ ଝଲସୁଥିବି,

ଆଉ ତୁମ ଶରୀରର ରକ୍ତ କଣିକାରେ ବହିଯାଉଥିବି

ଏକ ନିରବଚ୍ଛିନ୍ନ ନଦୀର ରୂପନେଇ ମୃତ୍ୟୁ ଯାବତ୍ !

ତମ ଅନୁଭବର ରୂପସୀ ସାଜି

ରୀତିମତ ରଚୁଥିବି ନୂଆ କାହାଣୀ ।

କୁହ ? ଦବକି ଅନୁମତି ବନିବାକୁ ତୁମ ହୃଦୟର ରାଣୀ !

ସ୍ତ୍ରୀର ପରିଚୟ ମୁଁ ମାଗିନି,

ସିନ୍ଦୂର ନାଇବାକୁ ମୁଁ ସାର ମଣେନି.....

ଦୁନିଆଁରେ ହୁଏତ ସିନ୍ଦୂରର ଅଧିକାର ବେଶୀ,

ହେଲେ ପ୍ରେମିକାର ସ୍ଥାନ ସଦା ପ୍ରେମୀ ହୃଦୟରେ

ସେଥିପାଇଁ ତ ମୁଁ ବାରମ୍ବାର ଚାହେଁ 

ତୁମ ପ୍ରେମିକା ହେଇ ରହିବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance