STORYMIRROR

Barsha Swain

Tragedy

3  

Barsha Swain

Tragedy

ତୁମେ ଗଲା ଦିନୁ ହେ କଳା କାହ୍ନୁ!

ତୁମେ ଗଲା ଦିନୁ ହେ କଳା କାହ୍ନୁ!

1 min
179

ଏ ଜୀବନ ହେଇଛି ରଙ୍ଗହୀନ

ଏ ନୂପୁର ବି ଆଜି ନିସ୍ତବ୍ଧ 

ଏ କର୍ଣ୍ଣ ଯୁଗଳ ଆଜି ବଧିର

ବଂଶୀ ବି ନୀରବ

ଆଉ ଚକ୍ଷୁ ଯେମିତି ଅନ୍ଧ

ହେ କଳା କାହ୍ନୁ ତୁମେ ଗଲା ଦିନୁ। 

କି ଭୁଲର ଏ ଦଣ୍ଡ ମିଳୁଛି ଜାଣିନି 

କଥା ଦେଇ ଫେରିବନି ବୋଲି ଭାବିନଥିଲି

ଯମୁନା ଆଜି ଅତିଷ୍ଠ 

ସେଥିପାଇଁ କରେ ବାରମ୍ବାର କୂଳ ଲଙ୍ଘନ 

ତାର ବିଶ୍ୱାସ ମୁଁ କୁଆଡେ 

ଲୁଚେଇ ରଖିତି ତା ନଟନାଗରକୁ

ଏଇ କଜ୍ଜଳରେ..........! 

ଥରକ ପାଇଁ ଫେରି ତା ଭ୍ରମ ଦୂରକରି ଯାଅ। 

ହେ ପ୍ରାଣନାଥ କଳାକାହ୍ନୁ 

ତୁମେ ଗଲା ଦିନୁ ଅଥୟ ଏ ବୃନ୍ଦାବନ 

ଜୀବିତ ଏ ରାଧାର ଶରୀର ସତ

ହେଲେ ମୃତ ଆତ୍ମା ସହସ୍ରବାର ,

ତୁମେ ତ ଏ ଗୋପପୁରୁ ଏକା ଯାଇନ

ନେଇଯାଇଛ ସଙ୍ଗେ ଏ ଗୋପାବାଳାମାନଙ୍କ 

ଆଦ୍ଯ ଯୌବନ, ଦେଇଯାଇଛ ଖାଲି ଅକାଳ ବାର୍ଦ୍ଧକ୍ୟ ।

ମୁଁ ଜାଣିଛି ତମେ ଛଳନା ପ୍ରିୟ

ପ୍ରତିଶ୍ରୁତି ଭୁଲି ପ୍ରାଣପ୍ରିୟା ରାଧାକୁ

ଅସୀମ ଦୁଃଖ ଦେଇଛ

ତଥାପି କାହିଁକି ମୋର ବିଶ୍ୱାସ 

ତମେ ନିଶ୍ଚିତ ଆସିବ 

ଏ ମନ ବୃନ୍ଦାବନକୁ, ଏ ଶ୍ରୁତିପଟୁ

ଘୁଙ୍ଗୁରର ଶବଦ ଲିଭୁ ଲିଭୁ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy