STORYMIRROR

Barsha Swain

Tragedy Others

3  

Barsha Swain

Tragedy Others

ପ୍ରଭୁ ! ନ କର ହେ ପର

ପ୍ରଭୁ ! ନ କର ହେ ପର

1 min
144


କି କହିବି କୁହ ସଖା

ଦୁଃଖ ଯେ ଅଜସ୍ର ,

କି ଅଳି କରିବି କୁହ

ଆଶା ଯେ ଅନନ୍ତ ।

ଗାଳି କି ପାରିବି ଦେଇ ନିଜ ଅନ୍ତରକୁ 

ଭାବିକି ପାରିବି ତୁମବିନୁ ନିଜକୁ,

ଚାହିଁ ନାହିଁ ହୀରା ଲୀଳା ଧନ ସମ୍ପଦ 

ମାଗୁନାହିଁ ପାରିଜାତ ସ୍ବର୍ଗୀୟ ଐଶ୍ୱର୍ଯ୍ୟ ।

ତୁମେ ତ ଭରିଛ ଅନ୍ତରେ ପ୍ରୀତି

ନୟନ ଯୁଗଳେ ତୁମ ଛବି ନାଚଇ ନିତି,

ଅଶ୍ରୁ ଜଳେ ଧୋଇ ତବ ଚରଣ

(ପ୍ରୀତି) ବିଞ୍ଚିବି ମୁଁ ତଥାପି ତଥାପି। 

ଦିନବନ୍ଧୁ ଦୁଃଖ ହର୍ତ୍ତା ତୁମେ

ମୁଁ ଚିର ଦୁଃଖିନୀ,

ରୁକ୍ମିଣୀଙ୍କ ପ୍ରଣପ୍ରିୟ

ରାଧା ପ୍ରେମ ସଙ୍ଗୀନି। 

ସର୍ବଦୁଃଖ ହର ତୁମେ

ଲୀଳାମୟ ଠାକୁର

ସର୍ବବ୍ୟାପୀ ତୁମେ ପ୍ରଭୁ

ମୋତେ ନକର ହେ ପର। 

ଦିଅ ଦରଶନ ବାରେ

ଆକୁଳ ଦୁଇନୟନ,

ବାରମ୍ବାର ଅନୁରୋଧ 

ପ୍ରଭୁ !! ନ କର ହେ ପର ।

ପ୍ରଭୁ !! ନ କର ହେ ପର। 

ତବ ଚରଣେ ଟିକେ ଆଶ୍ରା ଯେ ମିଳୁ

ତୁମ ନାମ ଭଜି ଭଜି ଜୀବନ ପ୍ରଦୀପ ଲିଭୁ,

ଚକ୍ଷୁ ସଦା ତୁମ ରୂପ କରୁଥାଉ ଦରଶନ

ମନ ନିତି ଶ୍ରୀଚରଣେ ଦେଇଥାଉ ଧ୍ୟାନ। 

ଏତିକି ମିନତି ହେ ଚକା ନୟନ

ତବ ପାଶେ ସଦା ରହିଥାଉ ମନ

ବାରମ୍ବାର ଅନୁରୋଧ 

ପ୍ରଭୁ!! ନ କର ହେ ପର। 

ପ୍ରଭୁ!! ନ କର ହେ ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy