STORYMIRROR

Barsha Swain

Tragedy Inspirational

4  

Barsha Swain

Tragedy Inspirational

ଅଶରୀରି

ଅଶରୀରି

1 min
409


ପାରେନି ମୁଁ ମୋତେ ମୁଁ ଠୁ ଦୂରେଇ

ବାରମ୍ବାର ନିଜର ହତ୍ୟା କରିବାକୁ,

ଆତ୍ମାକୁ ଏ ଶରୀରରୁ ବାଦ୍ ଦେଇ ଅଶରୀରି ହେବାକୁ

ଭୟ, ଭୂତ, କଙ୍କାଳ ପ୍ରାୟ

ଓଃ କି ଦୁର୍ବିସହ ଏ ଯନ୍ତ୍ରଣା

କାହିଁକି ସହିବ ଏ ଜୀବନ 

ଦୁଃଖକୁ ମୁଁ ଆମନ୍ତ୍ରଣ କରେନି

ସୁଖ ମୋର ବି ପ୍ରାପ୍ଯ। 

ଅଧିକାର ଅଛି ମୋର ମୋ ସ୍ମୃତି ଉପରେ

ସେ ମୋର ଏକାନ୍ତ ନିଜର

ବାହ୍ଯ ଚାକଚକ୍ୟକୁ ମୁଁ ଘୃଣା କରେ,

ମୋର ଚକ୍ଷୁକୁ ମୁଁ ଟେକି ଦିଏ

ସେମାନଙ୍କ ଉଦ୍ଦେଶ୍ୟରେ

ଯେଉଁମାନଙ୍କ ଜୀବନ ଅନ୍ଧକାର ପ୍ରବଣ

କାଚ ଆଇନା ମୋର ବି ପସନ୍ଦ 

ତନ୍ମଧ୍ୟେ ଅସ୍ୱଚ୍ଛ ପ୍ରତିବିମ୍ବ ଦୋଷ ନୁହେଁ ,

କଳଙ୍କିତ ଅଧ୍ୟାୟ ଇତିହାସର । 

ଭଗ୍ନ ଶିଶା, ଭଗ୍ନ ଦୁର୍ଗ,ଭଗ୍ନ ଦ୍ୱାର

ସବୁକିଛି ଭଙ୍ଗୁରମୟ

ଶୁଷ୍କ ମନେ ଶୁଷ୍କ ଆଶା ଭରି

ଏ ମନ ନିତି କରେ କେଉଁ ପର୍ବତାରୋହଣ

ବିଶ୍ୱାସ ଶତ ମୃତ ପ୍ରାୟ 

ଅନ୍ଧକାରମୟ ଭବିଷ୍ୟତ

ସତେଜ ଗୋଲାପ ବି ଅର୍ଦ୍ଧଦଗ୍ଧ 

କଣ୍ଟକିତମୟ ଦୁର୍ବଳ ତନୁ 

ବାସହୀନ ପଳାସର ପାଖୁଡ଼ା

ଅତରଭିଜା କୃଷ୍ଣଚୂଡ଼ା ପରି

ରକ୍ତିମ ପଦଚିହ୍ନ ପଡ଼ି

ଆଲୋଡନ ହୃଦୟେ ବୃଷ୍ଟି ଘନ ଘନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy