STORYMIRROR

puja pradhan

Romance Tragedy

4  

puja pradhan

Romance Tragedy

ହୃଦୟର ଚାବିକାଠି

ହୃଦୟର ଚାବିକାଠି

1 min
212

ହୃଦୟ ରୁ ଝରା, ହୃଦୟ ରୁ ପଦେ

    ଲେଖିଛି ମୁଁ ତୁମ ପାଇଁ

ଜାଣିଛି ମୁଁ ନିଜେ ତୁମ ହୃଦୟ ରେ

    ମୋ ପାଇଁ ଜାଗା ଟିକେ ନାହିଁ

ମନର ବେଦନା ହୃଦୟର କୋହ

    ଖଣ୍ଡ, ବିଖଣ୍ଡିତ ଆଶା

ସେ ସବୁ ସାଉଁଟି ମୋ ହୃଦୟରେ

     କରିଛି ତୁମକୁ ଅପେକ୍ଷା

କେବେ ସରିବନି ତୁମ ପାଇଁ ପ୍ରେମ

     ରହି ଥିବ ନିରନ୍ତର

ହୃଦୟ ହିନ ପରୀ ତୁମେ

    କଥା କୁହ ବାର, ବାର

ଭାରି ଦୁଃଖ ଲାଗେ ମନେ, ମନେ

   ଭାବେ କାହିଁକି ଏପରି କଲି

ହୃଦୟ ହୀନ ଦରଦୀ ବନ୍ଧୁ କୁ

  ମନ ଚାବିକାଠି ଦେଲି

ଯିଏ ଜଣେ ନାହିଁ ମନର ଭାବନା

   ଜାଣେ ଖାଲି ରାଗ, ରୁସା 

ଏହି ପରୀ, ଏକ ସାଥୀ ଟିଏ ପାଇଁ

     ରଖିଛି ମୁଁ କେତେ ଆଶା

କିଛି ମାଗିନାହିଁ, ମାଗି ପାରିବିନି

    ନାହିଁ ମୋର ଅଧିକାର

ଖୁସି ଟିକେ ଚାହିଁଥିଲି ତୁମଠାରୁ

    ଦେଲ ଲୁହର ଉପହାର

କେତେ ଯେ ଯନ୍ତ୍ରଣା, ଯାତନା ଯୁଇରେ

    ରାତିରାତି ମୁଁ ଜଳିଛି

ପାଉଁଶ ଗଦା ରେ ଠିଆ ହୋଇ

      ତୁମକୁ ଚାହିଁ ରହିଛି

ଖଣ୍ଡ, ବିଖଣ୍ଡିତ ଆଶା ସବୁ ମୋର

     କୁହୁଳି, କୁହୁଳି, କୁହେ

ତୁମେ ଯେ ମୋର ହୃଦୟର ପ୍ରେମ

    ତୁମକୁ ମୁଁ ଭଲ ପାଏ

ଏହି ଜନମର ଆଶା ମୋର ସବୁ

   ମୋ ମନରେ ରହିଗଲା

ଆର ଜନମରେ ଦେଖା ହେବ ବୋଲି

   ତୁମକୁ ରାଣ ରହିଲା

ହୃଦୟ ହୀନ ସାଥୀ ତୁମେ ମୋର

  ମୋତେ ଯେ ଚିନ୍ହିଲନାହିଁ

ସବୁବେଳେ ତୁମେ ହସୁ ଥାଅ

  ସେତିକି ଚାହୁଁ ଥାଏମୁହିଁ 

ଏବେବି କହୁଛି ହୃଦୟ ରୁ ସାଥି

  ତୁମକୁ ଭଲ ପାଉଛି

ମୋ ହୃଦୟ କୁ ସବୁଦିନ ଲାଗି

  ତୁମ ପାଖେ ହଜେଇ ଛି ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance