ହେ ମହାପ୍ରଭୁ
ହେ ମହାପ୍ରଭୁ
ଚାରି ଯୁଗ ଧରି ପଡି ଅଛି ହୁରି
ଧନ୍ୟ ଶଙ୍ଖ କ୍ଷେତ୍ର ଧନ୍ୟ ଧନ୍ୟ
ଆମ ପୁରୁଷୋତ୍ତମ ପୁରୀ
ପୁରୀ ର ସମ୍ମାନ ପୁରୀର ଗୌରବ
ସେ କଳା କଳେବର କହ୍ନେଇ
ତା ଚକା ଆଖିକୁ ଦେଖି ଦେଲେ ସତେ
ସବୁକିଛି ଭୁଲିଯାଏ ମୁହିଁ ।
ତା ନାଲି ଓଠରୁ ଝରୁଥାଏ ହସ
ସଦା ସର୍ବଦା ନିରନ୍ତର
ଭକତ ଙ୍କ ପାଇଁ ଖୋଲିଦେଇଛି
ଚାରି ଯୁଗେ ଚାରି ଦ୍ୱାର
ବଡ଼ ଖିଆ ବୋଲି ଜାଣିଛି ଜଗତ
ଜାଣିଛି ଏହି ସଂସାର ।
ନିଜେ ଖାଇ ପୁଣି ଭକତ ଙ୍କ ଲାଗି
ଖୋଲିଛି ତା ଆନନ୍ଦବଜାର
ବଡ଼ଦାଣ୍ଡେ ପୁଣି ବଡ଼ ରଥ ତା'ର
ଆଷାଢ଼ ମାସରେ ହୁଏ
ଭାଇ ଭଉଣୀ ଙ୍କୁ ସାଥେ ନେଇ ଜଗା
ବଡ଼ଦାଣ୍ଡ କୁ ଓହ୍ଲାଇ ଥାଏ
ନଅ ଦିନପାଇଁ ଯାଇଥାଏ ଜଗା
ଯାତରା ଲଗାଇ ଦେଇ
ବଡ଼ ଦେଉଳତ ଖାଲି ଖାଲି ଲାଗେ
ଭକତଙ୍କ ଗହଳି ଆଉ ନାହିଁ
ମା ସାନ୍ତାଣୀ ଭାରୀ ଅଭିମାନୀ
ମନକଥା ମନେରଖି
ହେରାପଞ୍ଚମିରେ ରଥକାଠ ଖଣ୍ଡେ
ଦିଅନ୍ତି ମଉନେ ଭାଙ୍ଗି
ଏତିକିରେ ରାଗ ସରିନି ତାଙ୍କର
ସରିନାହିଁ ଅଭିମାନ
ବାହୁଡ଼ାଯାତ୍ରା କୁ ରଖିଛନ୍ତି ମା
ସାନ୍ତଙ୍କ ପାଇଁ ଦଣ୍ଡ ବିଧାନ
ମା ସାଆନ୍ତାଣୀ ମାନ ଭରା ହୋଇ
କେତେ କଥା କହି ଥାନ୍ତି
କାଳିଆ ସାଆନ୍ତ ନ ଜାଣିଲାପରି
ସବୁ ଶୁଣି ଚୁପ ରୁହନ୍ତି
କେତେ ପ୍ରତିଶ୍ରୁତି ଦେଇ ମହାପ୍ରଭୁ
ଦେଉଳ ଭିତରେ ପସନ୍ତି
ମହାଆଡ଼ମ୍ବର ଲାଗିଛି ଦେଉଳେ
ମହାପ୍ରଭୁ ଆସିଲେଣି
ଚନ୍ଦନ, କର୍ପୂର, ମହକରେ ପୁଣି
ବଡ଼ ଦେଉଳ ବାସିଲାଣି
ରତନ ବେଦୀରେ ବିଜେ କଲେ ପୁଣି
ବଡ଼ଭାଇ ଓ ସାନଭଉଣୀ ଙ୍କୁ ନେଇ
ବଡ଼ଆଡ଼ମ୍ବରେ ପୂଜା ହେଲେ ପୁଣି
ଆମରି କଳା କହ୍ନେଇ ।
ଭକତ ଙ୍କ ସୁଅ ଛୁଟି ଆସୁଥାଏ
ଲାଗି ଥାଏ କେତେ ଭିଡ଼
ଭାରୀ ଖୁସିଲାଗେ ପଣ୍ଡା ହାତରେ
ଦୁଇ ବାଡ଼ି ବେତ ପାହାର
ବଡ଼ ଦେଉଳରେ ବଡ଼ ବାନା ସେତ
ଉଡ଼ୁ ଥାଏ ଫର ଫର
କାହିଁ କେତେ ବାଟେ ଭକତ ଟି କହେ
ପ୍ରଭୁ ଘେନ ମୋର ନମସ୍କାର
ପ୍ରଭୁ ପାଦ ଧୋଇ ଥାଏ ନୀତି
ପୂଣ୍ୟମୟ ମହୋଦଧି
ତାହାରି କୂଳରେ ଶହ ଶହ ଭିଡ଼
ସଦା ଚଳ ଚଞ୍ଚଳ ମହୋଦଧି କୂଳ
ଶରଧା ବାଲିରୁ ମହୋଦଧି ଯାଏ
ଲାଗିଛି କେତେ ଗହଳି
ଚାରିଆଡେ ଶୁଭୁଥାଏ ହରି ବୋଲ ହରିବୋଲ
ଶଙ୍ଖ ହୁଳହୁଳି ରେ ସତେ
ବଡ଼ ଦାଣ୍ଡ ପଡେ ଉଛୁଳି
ଲାଗେ ସତେ କାଳିଆ ଠାକୁର
ହାତଠାରି ଡାକି କହୁଥାଏ
ଆସହେ ଭକତ ଆସ ମୋ ପାଖକୁ
ତୁମରି ଅପେକ୍ଷା ରେ ସଦା ମୁଁ ରହିଥାଏ ।।
