ଆମ ପିଲା ଦିନ
ଆମ ପିଲା ଦିନ
ତାରା ଙ୍କ ମେଳରେ ଜହ୍ନ ଯେ ନଥିଲେ
ଆକାଶର ଶୋଭା ଅଧୁରା ଯେମିତି
ସବୁ ସାଙ୍ଗ ଆମେ ଏକାଠି ହୋଇଛୁ
କେତେ ଯେ ବର୍ଷ ପରେ ସେମିତି ।
କେତେ ରାଗ, ରୁଷା, ମାନ, ଅଭିମାନ
କେତେ ଯେ ଥଟା, ମଜା
ସ୍କୁଲ ର ସେବେଳ ଆଜିବି ମନକୁ
କରିଯେ ଦେଉଛି ତାଜା ।
କିଏ ଆଗ ପୁଣି କିଏ ପଛ ହୋଇ
ପ୍ରାର୍ଥନା କରିବା ବେଳ
ସବୁ ପିରିଅଡରେ ଲାଗେ ଯେମିତି
ଆଜି ନମିଳୁ ବେତ ପାହାର ।
ଘଣ୍ଟା କଣ୍ଟା ଯେବେ ଧୀରେ ଧୀରେ ଚାଲୁଥାଏ
ଆମରି ଏ ମନ ଖେଳ ଛୁଟିକୁ ଜଗି ଥାଏ
କେତେ ସମୟ ର ଅପେକ୍ଷା ପରେ
ଯେବେ ଶୁଭିଯାଏ ଟିନଟିନ, ଟିନଟିନ ।
ଏହି ଶବ୍ଦ ରେ ଦେହରେ ଆମର
କେଉଁଠୁ କେଜାଣି ଆସିଯାଏ
ହୃଦୟ ଥରା ହସରେ ଗଡ଼ିଯିବା
ଅତି ମନ ଲୋଭା କମ୍ପନ ।
ଘର ଟିଫିନକୁ ଏକାଠି ଖାଇବା
ଗୋଟିଏ କଳରେ ଠେଲା ପେଲି ହୋଇ
ଆଗ ମୁଁ ଯିବି ମୋତେ ଆଗ ଛାଡ଼ କହି
ନିଜ ହାତ ଧୋଇପାଣି ପିଇବା ।
କେତେଯେ ସେ ଖେଳ ସାଙ୍ଗ ଙ୍କ
ମେଳରେ ଖେଳିଥାଉ ମନ ଭରି
ଖାଇବା ଛୁଟିର ସମୟ ସରିଗଲା ବୋଲି
ଘଣ୍ଟିର ଆବାଜ ହୋଇଥାଏ ।
ମନ ଭିତର ର ଅଶାନ୍ତ ସମୁଦ୍ର
ଧୀରେ ଧୀରେ ଥମି ଯାଏ
କେଉଁ ସାର ଙ୍କର ରହିଛି ପିରିଅଡ
ପରସ୍ପରକୁ ପଚରା ଚାଲି ଥାଏ ।
କିଏ ସେ ଲେଖିଛି, କିଏ ବା ଘୋଷିଛି
ଏହି କଥା ହେଉଥାଉ
ସାର ନ ଆସନ୍ତୁ ଜପା ମାଳିପରି
ମନେ ମନେ ଜପୁ ଥାଉ ।
ଥରେ ଥରେ ଲାଗେ ସମୟର ଚକ
ଆମ କଥା ମାନି ଯାଏ
ଆଉ ଥରେ ଥରେ ଶୁଖିଲା, କି, କଞ୍ଚା ବେତରେ
ପିଠିରେ ଆମର ମେରୁଦଣ୍ଡ ହାଡ଼ ସିଧା ହୋଇଯାଏ ।
କେବେକେବେ ଯେବେ ଅବାଧ୍ୟ୍ୟ ହେଉ
କାନ ଧରି ଠିଆ ହେଉ
ଆଉକେବେ କେବେ ସ୍କୁଲ ବାହାରେ
ଗୋଡ଼ିରେ ଆଣ୍ଠେଇ ଥାଉ ।
କିଛି ସମୟ ପାଇଁ ନିଜକୁ
ଅଳ୍ପ ସଜାଡି ଦେଉ
କେବେବି ଅବାଧ୍ୟ୍ୟ ହେବୁନି
ସାଙ୍ଗ ମେଳେ କହୁ ଥାଉ ।
ବେଳ ଟିକେ ଗଡି ଚାଲି ଥାଏ
ମନ ଯେ ଆମର ଘରକୁ ଯିବାକୁ
ଅସ୍ତ ବ୍ୟସ୍ତ ହୋଉ ଥାଏ
ଆମେ ବି ଜାଣୁନା ଦିନଟି ଆମର ବିତି ଯାଏ ।
ନାହିଁ ଆଜି ଆଉ ଆମ ପିଲାଦିନ
ହଜିଗଲା ସେହିବେଳ
ସେ ସବୁ ସାଉଁଟି ହୃଦୟ ଝୁରୁଛି
ଆଖିରୁ ଆମର ବୋହି ଯାଏ ଲୁହ ଧାର ।
ଏବେବି ମନ କହୁଥାଏ
ଫେରି ଆସନ୍ତା କି
ଆମରି ସେ ପିଲା ବେଳ
ବାସ ଆମରି ସେ ପିଲା ବେଳ ।
