ମୋ ଜନନୀ
ମୋ ଜନନୀ
1 min
140
ଆମରି ଭାରତ ତାହାରୀ ସନ୍ତାନ
ଆମେ ସବୁ ଭଉଣୀ ଭାଇ
ଯାହାର କୋଳରେ ଜନମ ନେଇ ମୁଁ
ଗର୍ବିତ ସଦା ମୁହିଁ
ତାହାରି ଛାତିରେ ନାଚି ନାଚି ମୁଁ
କାଟିଛି ମୋ ପିଲା ଦିନ
ବୁଢୀମାଆ ପାଶେ ଗପ ଶୁଣି ଶୁଣି
ବିତିଛି ମୋ ପିଲା ଦିନ
କେତେ କେତେ ବୀର ଦେଇ ପ୍ରାଣବଳି
ରଖି ଗଲେ ତାର ନାମ
ସଭିଙ୍କ ମୁହଁରେ ଟିକେ ହସ ପାଇଁ
ସବୁବେଳେ କ୍ରମମୟ ତାଙ୍କ ଜୀବନ
ସେହି ମାଟିମାଆ ଆମରି ଗରବ
ଆମରି ପରଶମଣି
ଆମରି ନିମନ୍ତେ ରଖିଛି ସାଇତି
ଆମ ସ୍ନେହରେ ସେ ଅନ୍ଧୁଣି
ଗର୍ବରେ ମୁଁ କହୁଛି ସଭିକୁ
ଧନ୍ୟ ମୋ ଭାରତ ଧନ୍ୟ ତୁ
ମୋର ଜନନୀ
