STORYMIRROR

puja pradhan

Children Stories Children

3  

puja pradhan

Children Stories Children

ମୋ ଜନନୀ

ମୋ ଜନନୀ

1 min
131

ଆମରି ଭାରତ ତାହାରୀ ସନ୍ତାନ

 ଆମେ ସବୁ ଭଉଣୀ ଭାଇ

ଯାହାର କୋଳରେ ଜନମ ନେଇ ମୁଁ

 ଗର୍ବିତ ସଦା ମୁହିଁ


ତାହାରି ଛାତିରେ ନାଚି ନାଚି ମୁଁ

 କାଟିଛି ମୋ ପିଲା ଦିନ

ବୁଢୀମାଆ ପାଶେ ଗପ ଶୁଣି ଶୁଣି

 ବିତିଛି ମୋ ପିଲା ଦିନ


 କେତେ କେତେ ବୀର ଦେଇ ପ୍ରାଣବଳି

  ରଖି ଗଲେ ତାର ନାମ

 ସଭିଙ୍କ ମୁହଁରେ ଟିକେ ହସ ପାଇଁ

  ସବୁବେଳେ କ୍ରମମୟ ତାଙ୍କ ଜୀବନ


 ସେହି ମାଟିମାଆ ଆମରି ଗରବ 

  ଆମରି ପରଶମଣି

 ଆମରି ନିମନ୍ତେ ରଖିଛି ସାଇତି

 ଆମ ସ୍ନେହରେ ସେ ଅନ୍ଧୁଣି

 ଗର୍ବରେ ମୁଁ କହୁଛି ସଭିକୁ

  ଧନ୍ୟ ମୋ ଭାରତ ଧନ୍ୟ ତୁ

  ମୋର ଜନନୀ 


Rate this content
Log in