ଅଭିଶପ୍ତ ଜୀବନ
ଅଭିଶପ୍ତ ଜୀବନ
ଅଭିଶପ୍ତ ଜୀବନର ଅଭିସାପ ଟିଏ ମୁଁ
ଯମ ଯନ୍ତ୍ରଣା ପୂର୍ଣ୍ଣ ମୋ ଜୀବନ
ଜୀବନ ରାସ୍ତାର ଦୋଛକିରେ
ଭାବୁଥାଏ ପ୍ରତିଦିନ
ଯାହା ହଜେଇଛି ଯେତିକି ପାଇଛି
ସେସବୁକି ମୋହର ଯଦିସେ ମୋହର
କାହିଁକି ପ୍ରତିମୁହୂର୍ତ୍ତ ରେ ସଭିଏଁ
ମୋତେ କରିଥିଲେ ତିରସ୍କାର
କିଛି ମାଗିନାହିଁ, କିଛି କହିନାହିଁ
ନଥିଲା କିଛିବି ଆଶା
ହେଲେଥିଲା ଗୋଟେ
ଛୋଟିଆ ଆପତ୍ତି
ତମେ ବୁଝିଲନି ମୋ ମନର
ସେ ଅକୁହାକଥା
କହିବି କହିବି ଭାବି ଭାବି
ସମୟ ସରି ଯାଇଛି
ସମୟକୁ କିଛି ମୁହୂର୍ତ ମାଗିମୁଁ
ତୁମ ପାଖକୁ ଆସିଛି
କହିବକି ତୁମେ ଥରୁଟିଏ ସାଥୀ
ଦୋଷ ମୋର କଣ ଥିଲା
ତୁମରି ବାଟକୁ ଚାହିଁ ଥିଲି ବୋଲି
କଣ ଦୋଷ ମୋର ହୋଇଗଲା
ମାଗି ନ ଥିଲି ମୁଁ ସୁନା, ରୁପା
ଆଉକେତେ ଦାମୀ ଉପହାର
ତୁମଠୁ ଖାଲି ମୁଁ ଚାହିଁଥିଲି
ଟୋପାଏ ସିନ୍ଦୁର ଦୀପଟ ଶଙ୍ଖାର
ଅମୂଲ୍ୟ ସେ ଉପହାର
ତୁମରି କଥାକୁ ସତ ଭାବି ମୁଁ
ତୁମ ଅପେକ୍ଷା ରେ ରହିଲି
ତୁମରି ପାଇଁ ମନରେ ପ୍ରଶ୍ନ ଥାଇବି
ନିଜକୁ ନିଜେ ମୁଁ ଉତ୍ତର ଦେଲି
ଆଜିନୁହେଁ କାଲି ଆସିବ
ତୁମେ ମୋ ମନର ମଣିଷ ହୋଇଯାଣିଥିଲି
ହେଲେ ତୁମେ ଏ କଣ କଲ
ମୋଜୀବନର ଏତେ ଖୁସିକୁ
ଗୋଡ଼ରେ ଆଡେଇଦେଲ
କାହାକୁ କହିବି କଣକହିବି
ଆଜିବି ମୁଁ ଜାଣେ ନାହିଁ
ଖାଲି ତୁମକୁ ଦେଖିଲେ
ଟିକେ ହସିଦିଏ ମୁହିଁ
କାହିଁକି କେଜାଣି ମୋ ଛୋଟ
କଥା କୁ ତୁମେଯେ ବୁଝିଲ ନାହିଁ
ଦିନବିତିଯାଇ ମାସ ବିତି ଗଲା
ବରଷେ ବି ପୁରୀ ଗଲା
ଆସିଲନି ତୁମେ ହେଲେ
ମୋ ଅପେକ୍ଷା ଅପେକ୍ଷା ରେ ରହିଗଲା
ଆର ଜନମକୁ ଦେଖା ହେବ ଯଦି
ଏତିକି ମାଗୁଣି ମୋର
ତୁମ ହାତେ ମୋତେ ପିନ୍ଧାଇଦେବ
ନାଲି ଶଙ୍ଖା, ଓ, ସିନ୍ଦୁର
ବେଶୀକିଛି ମାଗୁନାହିଁ ତୁମ ହୃଦୟରେ
ମୋତେ ଟିକେ ଯାଗା ଦେବ
ଯେଉଁ ସ୍ନେହ ଭଲ ପାଇବା ତୁମଠାରୁ
ମୁଁ ଚାହିଁ ଥିଲି
ଆର ଜନମରେ ସେ ସବୁ
ତୁମେ ମୋତେ ଦେବ
ଏହି ଜନମର ଅଭିଶପ୍ତ ଅଭିସାପକୁ
ଆର ଜନମରେ ତୁମରୀ ଭଲ ପାଇବାଦେଇ
ମୋ ଅଧୁରା ସପନକୁ ପୂରା କରିବ ।

