STORYMIRROR

puja pradhan

Romance Tragedy Inspirational

3  

puja pradhan

Romance Tragedy Inspirational

ମୋ ଦୁନିଆ ତୁମେ ମୋ ପାଇଁ

ମୋ ଦୁନିଆ ତୁମେ ମୋ ପାଇଁ

1 min
1.0K

ନିଶ କଳଙ୍କ ମନ ଓ ନିଷ୍ପାପ ହୃଦୟରେ

  ସ୍ମୃତି ଆଞ୍ଜୁଳାରେ ସାଉଁଟିଥିଲି

କିଛି ଅକୁହା କଥା ଅବୁଝା ଆଖିର

   ଉଷ୍ମ ଲୁହଧାରକହୁଥାଏ ମୋତେ

 କାହିଁକି କେଜାଣି ମନଟି ମୋର

  ବାରମ୍ବାର କେତେ କଷ୍ଟ ପାଇଚାଲିଛି

   ବୋହୁବାର ଅନେକଥର

 ଫେରିବାକୁ କେବେ ଚାହିଁନି ମୁଁ ଥରେ

   ନରମ ଓଠରେ ମନଖୋଲା

  ହସ କାହିଁ ହଜିଗଲା ମୋର

  ହୃଦୟରେ ଅଛି କେତେ ଯନ୍ତ୍ରଣା

    କେତେ ବିଛେଦର କଥା

  କାହାଠୁ ପାଇଛି କାହାକୁ ଦେଇଛି

    ସେହି କଥା ନାହିଁ ମନ

  ଭୁଲିବାକୁ ଭାବି କାହିଁକି କେଜାଣି

    ମନେ ପଡ଼ିଯାଏ ଅଭୁଲାସେହିଦିନ

  ଜହ୍ନ ଆଲୁଅରେ ଆକାଶକୁ ଚାହିଁ

     ଖୋଜୁଥିଲି ମୁଁ ଗୋଟିଏ ଏମିତି ତାରା

   ଯାହାକୁ ଦେଖି ମୁଁ ଭୁଲି ଯାଉଥିବି

    ମୋ ଜୀବନର ସେ ଦୁଃଖଓ ଆଖିର

   ଅମାନିଆ ଲୁହର ବୋହି ଚାଲି ଥିବା ଧାରା

    ଲୁଚାଇ ବାକୁ କେତେ ଭାବୁଥାଏ

   ହେଲେବି ମୁଁ ହାରିଯାଏ 

 ମୋ ମନର ସେ ସାଇତା ସପନ

   ହସି ହସି କହୁ ଥାଏ

  ତୁମେହିଁ ମୋହର ତୁମକୁ ମୁଁ ଚାହେଁ

    ତୁମକୁ ମୁଁ ଭଲପାଏ

  କେତେ ରାତି ସତେ ତୁମକୁ ଖୋଜିଛି

    ତୁମେତ ଜାଣିବନାହିଁ

  ବରଷାରେ କେତେ ଅସୁମାରୀ ଆଶା

     ସାଇତିଛି ତୁମପାଇଁ

   ପ୍ରେମର ଫଗୁଣ ସାତରଙ୍ଗ ତୁମେ

     ତୁମେ ନିଜେ ଜାଣନାହିଁ 

   ସାରା ଦୁନିଆ ତୁମେମୋର

    ମୋ ଆଖିରେ ସପନ ତୁମ ପାଇଁ

   ତୁମେ ଆସିବାରୁ ହୁଏତ ଦୁନିଆରେ

     ହସିବା ଶିଖିଛି ତୁମପାଇଁ

   କେଉଁ ବରଷର ଅସଜଡ଼ା ମନ

    ସଜାଡ଼ିଛି ତୁମପାଇଁ

 ଲାଗୁଛି ଯେମିତି ପ୍ରତିଟି ମୁହୂର୍ତ ମୁଁ

   ବଞ୍ଚିଛି କେବଳ ତୁମପାଇଁ

  ଆଗରୁ କାହିଁକି ଆଇନାକୁ ଦେଖି

   ଏମିତି କେବେ ଲାଗିନି

  ହେଲେ ତୁମେ କହିଲା ଦିନଠୁ

   ଆଇନକୁ ଦେଖି କାହିଁକି କେଜାଣି

  ସତରେ ଲାଜରେ ଚାହିଁ ହୁଏନି

 ଲାଗୁଛି ଯେମିତି ଦୂରରେ ନଥାଇ

   ତୁମେମୋ ପାଖରେ ଅଛ

 ପ୍ରତିଟି ମୁହୂର୍ତ ମୋତେ ଚାହିଁ ରହିଛ

   ତୁମରି ସେ ପ୍ରେମରେ

 ତୁମ ସହିତ ମୋତେ ବାନ୍ଧି ରଖିଛ 

  ତୁମେ ଜାଣିନାହଁ ମୋପାଇଁ

ତୁମେ ଦୁନିଆର ସବୁ ଖୁସି ନେଇଆସିଛ

   ହୃଦୟରେ ତୁମେ ରହିଛ ରହିବ

 ରହିଥିବ ତୁମେ ମୋପାଇଁ 

ଆଖିର ଲୁହ ପୋଛି ମୋ ଓଠ ରେ

  ହସ ଦେଇଛ ତୁମେ ଜାଣ ନାହିଁ

 ତୁମଠାରୁ ଆରମ୍ବ ତୁମଠି ଶେଷ

   ମୋ ଦୁନିଆ ତୁମେ ମୋ ପାଇଁ ।

   

     

    

     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance