ପିଲା ଦିନ ସାଥୀ ମୋର
ପିଲା ଦିନ ସାଥୀ ମୋର
ବୋହୁତ ସୁନ୍ଦର ଲାଗେ
ତୋର ମୋର ଏ ଯୋଡି
ଇଛା ହେଉଥିବ ମୁଁ ଚାହିଁ ରହିଥିବି
ସବୁଦିନ ପାଇଁ ତୋତେ ମନଭରୀ
ତୋପାଇଁ ମୋର ଏଛୋଟିଆ ଦୁନିଆ
ସବୁ ଦିନ ହସୁଥାଏ ।
ତୁ କେବେବି ଜାଣିନୁ ସବୁଠୁ ନିଆରା
ଆମରୀ ସେ ପିଲା ଦିନ
ମୋ ମନର ପ୍ରତେକ କଥା
ତୋତେ ଯେ ଅଛପା ନାହିଁ
କେମିତି କେଜାଣି ଆମ ଏ ବନ୍ଧୁତା
ଥରେ ଥରେ ଭାବୁଥାଏ ମୁହିଁ
ସେ ପିଲା ବେଳ ସେ ଧୂଳି ଖେଳ
ସ୍କୁଲ ବାଟେ ଆମ୍ବ ଚୋରି
ଅଛଟ କରିତୁ କହୁଥିବା କଥା
ଉତ୍ତର କହିଦେ, ଖାତାରେ ଲେଖିଦେ
ଦେଖ ହେଲାଣି ଯେ କେତେ ଡେରି
ସଜନା ଶାଗର ଭଜା ସହିତ
ନାଲି ଚାଉଳର ଭାତ
ମାଉସୀଙ୍କ ସେ ସ୍ନେହ ମିଶା ଗାଳି
ମନେ ପଡ଼ିଯାଏ ଯେବେ
ଏବେବି କାହିଁକି ଆଖି ଓଦା ହୁଏ
ଓଠ ହସୁଥାଏ ମାନକହୁଥାଏ
ସେ ପୁରୁଣା ଦିନ ଫେରି ଆସନ୍ତା କି ଏବେ
କେତେ ଥଟା ମଜା କେତେ ରାଗ ରୁଷା
ଚାଟ, ଗୁପଚୁପ ଖିଆ
ସବୁଠୁ ନିଆରା ପିଲା ବେଳ ଆମ
ସ୍କୁଲ ଯିବା ଆସିବା ବେଳ
ଦୌଡ଼ି ନପାରି କହୁଥାଉ ତୁ
ଆଉ ହେବିନି ମୁଁ ଜମା ଚୋର
ସ୍କୁଲ ପଛପଟ ଛୋଟିଆ ନାଳଟି
କୋଉଠି କେଜାଣି ମିଶିଛି
ଗୋଟିଏ ଗଛର ବିଶାଳ ଶାଖା
ଆମପାଇଁ ରାସ୍ତା ହୋଇଯାଇଛି
ସ୍କୁଲ ଟିକେ ଡେରି ହୋଇଗଲେ
ସେହି ନାଳ ପାଖେ ଭିଡ଼ ଜମିଛି
ଆମେ ଆଗଯିବୁ ଛାଡି ଦିଅ ସବୁ
ଏବେବି ସେ କଥା ମନେ ପଡୁଛି
ଦଶଟା ପୂର୍ବରୁ ଆସିଯାଉତୁ
ହେଉଥାଉ ଖାଲି ତରବର
କହିଲେ କହିବୁ ଜାଣିନୁକିତୁ
କେତେ ଧୀରେ ଧୀରେ ଚାଲି ମୋହର
ତୁସିନା ପତଳା, ଗୋଟିଏ ବ୍ୟାଗ ତୋର
ହେଲେ ମୋ ପାଖରେ ମୋଠାରୁ
ବିଶାଳ ପର୍ବତ ରସ ବାକ୍ସ ମୋର
ସତରେ କେତେଯେ ସୁନ୍ଦର
ସବୁଠୁ ନିଆରା ପିଲାବେଳ ଆମର
ସଦାନନ୍ଦ ସାହୁ, ପୂଜା ମହାରଣା
ସାଙ୍ଗ ସେ ଦୁହେଁ ପିଲାଦିନର ।
