ଅଭିପ୍ରାୟ
ଅଭିପ୍ରାୟ
ଭାବୁଛି କି ତାମସା ଚାଲିଛି,
ଜୀବନଟା ଏଠି ଶସ୍ତା
ଅଭିପ୍ରାୟ ମହଙ୍ଗା ପଡୁଛି
ପଲ୍ଲୀ ରୁ ସହର ଯାଏଁ
କିଛି ତ ଗୋଟେ ତାମସା ଚାଲିଛି ।
କିଛି ତ ହଜି ଯାଇଛି
ସମୟର ଚୋରାବାଲି ରେ
ହାତ ଯେତେ ଜୋରରେ ଯାବୁଡି ଧରିଲେ ବି
ଚୋରାବାଲି ପ୍ରତି ମୂହୁର୍ତ୍ତରେ ଖସି ଯାଉଛି
ହଁ, କିଛି ତ ଗୋଟେ ହଜି ଯାଇଛି ।
ମୋ ଡାଏରୀ ର କେଉଁ ଏକ ପୃଷ୍ଠା
ଏବେ ବି ନୀରବ ଶୂନ୍ୟତା ରେ
ସାମାନ୍ୟ ଫର୍ଦ୍ଦ ପରି ଫଡ ଫଡ ହେଉଛି
ପ୍ରତୀକ୍ଷା ଏକ ଭାବାବେଗ ଅଭିପ୍ରାୟର
ଯେଉଁଠି ଜିଇଁବାର କ୍ଷୀଣ ଆଶା ଉଙ୍କି ମାରୁଛି ।
ଏ ପରିବ୍ୟାପ୍ତ ବିଶ୍ବରେ
ଜୀବନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
ସଭିଙ୍କ ମନର ଶେଷ ଆଶା କ'ଣ ?
ଟିକେ ଟିକେ କୁହୁଳୁ ଥିବା
ଜୁଇ ହୃଦୟର ଶେଷ ଅଭିପ୍ରାୟ କ'ଣ ।
