STORYMIRROR

Lokanath Rath

Tragedy Inspirational

4  

Lokanath Rath

Tragedy Inspirational

ଫେରାଇ ଦିଅ ମୋ ଅତୀତକୁ

ଫେରାଇ ଦିଅ ମୋ ଅତୀତକୁ

1 min
187

ଫେରାଇ ଦିଅ ମୋ ଅତୀତକୁ...... 

-----------------------------------------------

କାହିଁ ଗଲା ମୋ ଜନ୍ମର ବେଳ?

କାହିଁ ଗଲା ସେ ଏନ୍ତୁଡ଼ି ଶାଳ ?


କାହିଁ ଗଲା କୁଆଁ କୁଆଁ ଡ଼ାକ ?

କାହିଁ ଗଲା ସେ ନିଆଁର ସେକ ?


ଏନ୍ତୁଡ଼ି ଶାଳ ଆଜି ତ ନାହିଁ, 

କୁଆଁ କୁଆଁ ରାବ ଶୁଭେ ନାହିଁ. 


ନାହିଁ ସେ ନିଆଁର କିଛି ସେକ, 

ବଦଳିଛି ଏବେ ସବୁ ଭେକ. 


ହଜିଗଲା ମୋର ପିଲାଦିନ, 

ସରିଗଲା ସେ ଅଭୁଲା ସନ. 


ଲୁଚିଗଲା ବାଲିଘର ଖେଳ, 

ସରିଗଲା ଚପଳତା ବେଳ. 


କେତେ କେତେ ମନ ଖୋଲା କଥା,

ମନ ଦେଇ ମନ ନିଆ ପ୍ରଥା. 


ନଥିଲା ସେବେ ଛନ୍ଦ କପଟ, 

ଭଲ ପାଇବା ଥିଲା ନିଷ୍କପଟ.


ନଥିଲା ଛଳନା ତ ସେଥିରେ, 

ଭାବ ଥିଲା ଭଲ ପାଇବାରେ. 


ନଥିଲା ତ ଗର୍ବ ଅହଙ୍କାର, 

ଦୃଷ୍ଟାନ୍ତ ମିଥ୍ୟା ଆଭିଜାତ୍ୟର. 


ଭଲ ପାଇବାର ଭାବ ନେଇ, 

ଅର୍ପିତ ଥିଲେ ହୃଦୟ ଦେଇ. 


ଦେଖି ବାଇ ଚଢେଇର ଘର, 

ସ୍ୱପ୍ନରେ ଗଢୁ ଥିଲେ ସଂସାର. 


ଆଜି ବାଇ ଚଢେଇର ଘର, 

ଭାଙ୍ଗି ହୁଏ ସବୁ ଛାରଖାର. 


ସେଥିପାଇଁ ସ୍ୱପ୍ନର ସଂସାର, 

ହେଉନାହିଁ ଏବେ ତ ସାକାର. 


କଥା ଦେଇ ଭୁଲିଯିବା ହୁଏ, 

ହୃଦୟକୁ ଭାଙ୍ଗି ସେ ତ ଦିଏ. 


ପଚାରେ ମଣିଷ ମଣିଷକୁ, 

ମନେ ରଖି ନିଜର ସ୍ୱାର୍ଥକୁ. 


କେବେ କରେ କିଏ ପ୍ରତାରଣା, 

ଜାଣି ବି ହୁଏ ଖାଲି ଅଜଣା. 


ଭଲ ପାଇବା ହୁଏ ନାଟକ,

ଛଳନାରେ ହଜେ ତ ବିବେକ. 


ଆଭିଜାତ୍ୟ ନିଏ ବଳିଦାନ, 

କରି ମଣିଷକୁ ଲଜ୍ଜ୍ୟାହୀନ. 


ବର୍ତ୍ତମାନର ଦେଖି ଅବସ୍ଥା, 

ଭବିଷ୍ୟତରେ ନାହିଁ ତ ଆସ୍ଥା. 


ଯଦି ପାର କହୁଛି ତୁମକୁ, 

ଫେରାଇ ଦିଅ ମୋ ଅତୀତକୁ. 


ହଜିବି ସେଥିରେ ସବୁ ଦେଖି, 

 ଝଲସି ଉଠିବ ମୋର ଆଖି. 


ଲୋଡ଼ା ନାହିଁ ଏ ଆଧୁନିକତା, 

ପ୍ରତାରଣାର ଏହି ସଭ୍ୟତା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy