ପିଆସୀ
ପିଆସୀ
ଶୁଷ୍କ ମରୁ ର ପଥିକ ମୁଁ ଗୋ
ଚତୁର୍ଦ୍ଦିଗେ ଖାଲି ବାଲି
ପିଆସୀ ମୁଁ ଆଜି କଣ୍ଠରେ ମୋର
ଦିଅ ଟୋପେ ଜଳ ଢାଳି ।
କେତେ ଯେ ବ୍ୟାକୁଳ ମୋହରି ହୃଦୟ
ବିନ୍ଦୁଏ ଜଳ ପାଇଁ
ତୃଷାର୍ତ୍ତ ପ୍ରାଣର ନିରବ ଯନ୍ତ୍ରଣା
କେହି ତ ବୁଝନ୍ତି ନାହିଁ ା
ମରୁଦ୍ୟାନ ଆଶେ ଧାଇଁଛି ମୁଁ ଗୋ
କର୍କଶ ବାଲି ପରେ
ମରିଚିକା ଏ ଯେ ଏଇଥିରୁ ସତେ
ଜଳ କିବା ମିଳିପାରେ ।
ତଥାପି କାହିଁକି ଫେରାଇ ପାରୁନି
ଅବୁଝା ଆଗୁଆ ପାଦ
ଯଦିଓ ଜାଣିଛି ଜଳ ପାଇବିନି
ହେବିନି କେବେ ସଫଳ ।