STORYMIRROR

Alhadini Panigrahi dash

Classics

4  

Alhadini Panigrahi dash

Classics

**ମୋ କଳାକାହ୍ନୁ ରଙ୍ଗ ଖେଳୁଛି **

**ମୋ କଳାକାହ୍ନୁ ରଙ୍ଗ ଖେଳୁଛି **

1 min
0

ରଙ୍ଗ ଖେଳୁଛି ରେ ରଙ୍ଗ ଖେଳୁଛି
କଳାକାହ୍ନୁ ରଙ୍ଗ ଖେଳୁଛି
ଦେଖ ଗୋ ସଖୀ ବିମାନେ ବସି
ରାଧାରାଣୀ ସାଥେ ଆସୁଛି
ରଙ୍ଗ ଖେଳୁଛି ରେ, ରଙ୍ଗ ଖେଳୁଛି....
ମୋ କଳାକାହ୍ନୁ ରଙ୍ଗ ଖେଳୁଛି l

ଭିଡ ଜମୁଛି ରେ ଭିଡ ଜମୁଛି
ଗୋପଦାଣ୍ଡେ ଭିଡ ଜମୁଛି
ରାଧିକା ରାଣୀ ଓଢ଼ଣୀ ଟାଣୀ
ଗେlବିନ୍ଦ ପ୍ରେମ ରେ ଭିଜୁଛି
ରଙ୍ଗ ଖେଳୁଛି ରେ ରଙ୍ଗ ଖେଳୁଛି 
ମୋ କଳାକାହ୍ନୁ ରଙ୍ଗ ଖେଳୁଛି l


ହୁରି ପଡୂଛି ରେ ହୁରି ପଡୁଛି
ହରିବୋଲ, ହୁଳହୁଳି ପଡୁଛି
ହର ଆସିବେ ଭେଟ ପଡିବେ
ବୋଲି ଭକ୍ତମେଳ ବଢୁଛି
ରଙ୍ଗ ଖେଳୁଛି ରେ ରଙ୍ଗ ଖେଳୁଛି
ମୋ କଳାକାହ୍ନୁ ରଙ୍ଗ ଖେଳୁଛି l

ରଙ୍ଗ ଉଡୁଛି ରେ ରଙ୍ଗ ଉଡୁଛି
ବସନ୍ତ କେlଇଲି ଗାଉଛି 
ପ୍ରେମ ର ଗୀତ ଭାବ ସଙ୍ଗାତ 
ଏହି ପର୍ବ ଶିକ୍ଷା ଦେଉଛି
ରଙ୍ଗ ଖେଳୁଛି ରେ ରଙ୍ଗ ଖେଳୁଛି 
ମୋ କଳାକାହ୍ନୁ ରଙ୍ଗ ଖେଳୁଛି l


Rate this content
Log in

Similar oriya poem from Classics