Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BHAGIRATHI BEHERA

Tragedy

4  

BHAGIRATHI BEHERA

Tragedy

କି ପ୍ରକାର ଏ ବିସ୍ଥାପନ

କି ପ୍ରକାର ଏ ବିସ୍ଥାପନ

1 min
239



ମଣିଷ ଭାଳୁଛି ପ୍ରକୃତି ତାଣ୍ଡବ ,

କାହିଁକି ସୀମା ଠୁଁ ଉଦ୍ଧତ ହେଲା

ନିଜ କର୍ମ ଭୁଲି ପ୍ରଶ୍ନ ପଚାରୁଛି ,

କୁଆଡୁ ଅଜଣା ଆତଙ୍କ ଆସିଲା ।


ମାଟିକୁ ଫେରଇ ମାଟିର ସନ୍ତାନ ,

ଉଦର ପୁରାଏ ଦୂର ଦେଶ

କି ଭିଆଣ ଆଜି ମଣିଷ କରିଲା ,

ଜନ୍ମସ୍ଥାନ ବି ଲାଗୁଛି ବିଦେଶ

ଦିନେ ଯାହା ସହ ଖେଳେ ଧୂଳିଖେଳ ,

ଆଜି ଅଛୁଆଁ ହୋଇଲା

ମଣିଷ ଭାଳୁଛି ପ୍ରକୃତି ତାଣ୍ଡବ ,

କାହିଁକି ସୀମା ଠୁଁ ଉଦ୍ଧତ ହେଲା ।


ଚାଲିବି ଚାଲିବି ନ ପଡିବି ଥକି ଯେ ,

ଘରପରିବାର ନାହିଂ ଦୂର

ମରିଯିବି ପଛେ ନିଜ ଗାଁ ମଶାଣୀରେ ,

ନ ପୁରୁ କେବେ ଉଦର ।


ଜନମି ନଥିଲି ଦୁର୍ଭାଗ୍ୟ ସମୟେ ,

ଦେଖି ନଥିଲି ମୁଁ ବିଭାଜନ

ଧାଡ଼ି ଧାଡ଼ି ଏବେ ମଣିଷ ମୁଣ୍ଡ ,

କି ପ୍ରକାର ବନ୍ଧୁ ଏ ବିସ୍ଥାପନ

କୋଳାକୋଳି ଭାବ ଅଭାବ ଆଜି ,

ନିଜ ଲୋକ ଫେରେଇଲା

ନିଜ କର୍ମ ଭୁଲି ପ୍ରଶ୍ନ ପଚାରୁଛି ,

କୁଆଡୁ ଅଜଣା ଆତଙ୍କ ଆସିଲା ।


ଦୁଆର ପକେଇ ଭିତରେ କହେ ମୁଁ ,

ବାହାରେ ତୁ ଭଲ ଥାଆ

ଭାଗିରଥୀ ମୁଁ ଡାକିନେବି ତୋତେ ,

ବଞ୍ଚିଥିଲେ କୁଣିଆ ପଣିଆ । 


Rate this content
Log in