STORYMIRROR

Diptipriyadarshini Behera

Tragedy Inspirational

4  

Diptipriyadarshini Behera

Tragedy Inspirational

କାଳିଆ

କାଳିଆ

1 min
230

ହଜିଯାଇଥିବା ଅନେକ ସ୍ବପ୍ନକୁ

ପୁଣି ଥରେ ଦେଖିବାର ନିଶା ।।

ଝରିଯାଇଥିବା ସବୁ ତକ ଫୁଲର

ଆଉଥରେ ଜୀବନ ଜିଇଁବାର ଆଶା ।।

ମରିଯାଇଥିବା ମେଞ୍ଚାଏ ଘାସର

ଆଉ ଥରେ କଅଁଳିବାର ଇଚ୍ଛା ।।

ହାରିଯାଇଥିବା ଜୀବନ ଯୁଦ୍ଧରେ

ଜିତିବାର ଆଉ ଏକ ବିଶ୍ୱାସ ।।

ସାରିଯାଇଥିବା ସବୁ ସମ୍ପଦର

ତୁମେ ହିଁ ଏକା ଭରସା ।।

ବୁଡିଯାଇଥିବା ନାବିକାର

କୁଟାଖିଅ ଟିକକ ଦେଖା ।।

ଦୁଃଖୀ ଦୀନ ହୀନ ଲୋକଙ୍କର

ତୁମେ ହିଁ ଏକା ସାହା ।।

ଦିନ ମଜୁରିଆର କଠିନ ପରିଶ୍ରମ 

ରାତିର ଶାନ୍ତି ହେଉଛ ତୁମେ ।।

ତୁମ ଚରଣ ସେବାରେ

ବିଟିଯାଉ ମୋର ଦିନ ବର୍ଷ ମାସ ।

ତୁମକୁ ଦେଖି ଦେଖି

କାଟି ଯାଉ ମୋର ବାକିତକ ଜୀବନ।।

ତୁମ ଦୟାରୁ ହୁଏ ମୁଁ ଶକତ

ନାହିଁ କିଛି ମାନ ଅଭିମାନ ।।

ତୁମ କୃପା ରୁ ମିଳୁ ମୋତେ

ଯମପୁରରେ ତବ ଦର୍ଶନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy