STORYMIRROR

Diptipriyadarshini Behera

Classics

3  

Diptipriyadarshini Behera

Classics

ମହିଷା ମର୍ଦ୍ଦିନୀ

ମହିଷା ମର୍ଦ୍ଦିନୀ

1 min
247

ତୁମେ ତ ମାଆ 

କାଳେ କାଳେ

ଭକ୍ତର ଦୁଃଖ ଶୁଣି

ଧରା ପୃଷ୍ଠେ ଆସି

ରଖିଛ ଭକ୍ତର ମାନ ।

ତୁମ ଆଶୀର୍ବାଦେ 

କୋଟି ଭକ୍ତ କୁ 

ଉଦ୍ଧାର କରି

ଦେଇଛ ତାଙ୍କୁ ବରଦାନ ।

ତୁମ କରୁଣାର ନାହିଁ ସାର

ମନରେ ଥିଲେ ଭକ୍ତି ଭାବ

ହରିଥାଅ ଦୁଃଖୀ ଜନର ଦୁଃଖ ।

ଜଗତ ଜନନୀ ପ୍ରଲୟ ବୃଷ୍ଟି

ମହିଷା ସୁର ମର୍ଦ୍ଦିନୀ ଦୁର୍ଗା ମା

ଅଭୟ ଦାୟିନୀ କଲ୍ୟାଣକାରୀ

ଦୁଷ୍ଟ ସଂହାରକାରୀ ।

ତ୍ରିପୁରାନ୍ତକାରୀ

ଦୈବିଶକ୍ତି ଅଧିକାରୀ

ମହାଶକ୍ତି ଆଧାର ଦୁର୍ଗା ମା

ଜଗତର ଦୁଃଖ ହାରି ।

ସିଂହ ବାହିନୀ ଶକ୍ତି ପ୍ରଦାନକାରୀ

ବିଶାଳ ହୃଦୟ ଧାରୀ

ମା ଲୋ ତୁ ଆମ ସଭିଁକର

ତୋ ଚମତ୍କାର ଦେଖା ଆଉ ଥରେ !

ତୁହି ବିରଜା ତୁହି ପଦ୍ମଜା

ତୁହି ସୁଖ ତୁହି ଶାନ୍ତି

ତୁହି ପୂର୍ଣ୍ଣ ତୁହି ପୁଣ୍ୟ

ତୁ ଠୁ ଆରମ୍ଭ ସଂସାର ।

ତୁ ହି ସାହାରା ତୁ ଲକ୍ଷ୍ମୀ

ତୁହି ମାୟା କାୟା 

ତୁହି ଜୀବନ ତୁହି ଅମୃତ

ତୋ ଠାରେ ମୋର ଭକ୍ତିପୁତ ପ୍ରଣାମ।

ତୁହି ଜନନୀ ତୁହି ଦାତ୍ରୀ

ତୋ ପାଖେ ହିଁ ସବୁ ଶେଷ

ତୁହି କୃପା ତୁହି ଦୃଷ୍ଟି

ତୁହି ହିଁ ସାହସର ନୂଆ ଏକ ପରିଚୟ

ତୁ ହିଁ ଜୀବନର ସାର

ତୁ ହିଁ ଶାରଦା ତୁ ହିଁ ବରଦା

ତୋ ପାଦପଦ୍ମେ ରୁହେ ମୁଁ ଜୀବନସାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics