STORYMIRROR

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ଶ୍ରୀ ରାମନବମୀ

ଶ୍ରୀ ରାମନବମୀ

1 min
171


ପୁରୁଷ ଉତ୍ତମ  ପ୍ରଭୁଯେ ଶ୍ରୀରାମ

ସୂର୍ଯ୍ୟବଂଶୀ ଅଧିପତି

ସମାଜ କଲ୍ୟାଣ ମର୍ତ୍ତେ ଆଗମନ 

ରଘୁବଂଶୀ ସୀତା ପତି ll


ଅଯୋଧ୍ୟା ନଗର  ରାଜା ଅଧିଶ୍ୱର

ଛତ୍ରପତି ଦଶରଥ

ବିହୁନେ ସନ୍ତାନ  ସନ୍ତାପିତ ପ୍ରାଣ 

ଚିନ୍ତନେ ମନ ବ୍ୟଥିତ ll


ଉଦ୍ଦେଶ୍ୟେ  ଶିକାର ଶବ୍ଦଭେଦୀ ଶର

 ବଦ୍ଧେ ଶ୍ରବଣ କୁମାର

ଅନ୍ଧ ପିତା ତାର କୋପେ ଥର ଥର

ଅଭିଶାପ ଭୟଙ୍କର ll


ଶୋକରେ ଅଧୀର  ପ୍ରାଣ ଯିବ ତୋର

ଶାପ ହେଲା ଆଶୀର୍ବାଦ

ରାଜା ଦଶରଥ ପାଇଗଲେ ପଥ

ବଶିଷ୍ଠ ପାଶେ ଆଶ୍ରିତ ll


ନେଇ ପରାମର୍ଶ   ଗୁରୁଙ୍କ ଆଶିଷ

ରୁଷ୍ୟ ଶୃଙ୍ଗ ମୁନିବରେ

ପୁତ୍ରେଷ୍ଠି ଯଜ୍ଞରେ  ଚରୁଯେ ବାହାରେ

ଖାଏ ରାଣୀ ଆନନ୍ଦରେ ll


ଶୁକ୍ଳ ଚୈତ୍ର ମାସ ପବିତ୍ର ଦିବସ

ପୁଣ୍ୟତିଥି ନବମୀର 

ବସନ୍ତ ଋତୁରେ ଏଧରା ଧାମରେ

ଜନ୍ମ ପ୍ରଭୁ ରାମଙ୍କର ll


ସପ୍ତମେ ଶ୍ରୀରାମ  ସାର ରାମ ନାମ

ବିଷ୍ଣୁଙ୍କର ଅବତାର

ତ୍ରେତୟା ଶେଷରେ ଧର୍ମର ମାର୍ଗରେ

ଲୀଳାଖେଳା ପ୍ରଭୁଙ୍କର ll


ବିଦ୍ୱାନ ରାବଣ  ଜାଣିତା ମରଣ

ଦଶରଥେ ବୀର୍ଯ୍ୟ ହରେ

ଗର୍ବେ ଲଙ୍କେଶ୍ୱର ବିଜୟୀ ତ୍ରିପୁର

ବିଶ୍ୱଜୟୀ ଅହଂକାରେ ll


ରାବଣ ମରଣ   ରାକ୍ଷସ ଦମନ

ରାମଙ୍କର ମହାନତା

ସତ୍ୟ ଧର୍ମ ନିଷ୍ଠା କର୍ମେ ପରାକାଷ୍ଠା

ରାମଚନ୍ଦ୍ର ଆଦର୍ଶିତା ll


ସେବା ପିତୃ ମାତୃ  ମୈତ୍ରୀ ସ୍ନେହ ଭାତୃ

ପ୍ରଜାପ୍ରେମେ ଦେଶ ଭକ୍ତି

ରାମ ନାମେ ଶକ୍ତି  ହୃଦେ ମିଳେ ଶାନ୍ତି

ନାମ ଜପେ ମିଳେ ମୁକ୍ତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics