STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ବିକଳେ କାନ୍ଦୁଛି ଧର୍ମ ବାହୁନି

ବିକଳେ କାନ୍ଦୁଛି ଧର୍ମ ବାହୁନି

1 min
201

🙏🙏ବିକଳେ କାନ୍ଦୁଛି ଧର୍ମ ବାହୁନି
ପାପୀକୁ ବିନାଶ ସିଂହବାହିନୀ 🙏🙏
**************************
ଦୁନିଆଁରେ ଆଜି ଚାଲିଛି ଲଢେଇ
ବିକଳେ କାନ୍ଦୁଛି ଧର୍ମ ବାହୁନି
ଅସତ୍ୟ ନାଚୁଛି  କାୟାକୁ ବିସ୍ତାରି
ପାପୀକୁ ବିନାଶ ସିଂହବାହିନୀ  ll

ସାଧୁତା ହଜିଛି ସଭିଙ୍କ ମନରୁ
ଠକ କରୁଅଛି ସତ୍ୟ ପ୍ରଚାର
ସ୍ୱାର୍ଥପର ନର  ଭକ୍ତ ପ୍ରଭୁଙ୍କର
ପୂଜା ପାଠ କରେ ଲୋକ ଦେଖାର ll

ଯୁଦ୍ଧ ହିଂସା ରାଗ ଅଥୟ କଲାଣି
ବଳତ୍କାର ହତ୍ୟା ପ୍ରତ୍ୟେକ ଦିନ
ରାଜା ଟିଙ୍କ ହୋଇ ପ୍ରଜା ରକ୍ତ ଶୋଷେ
ହା ହା କାର କରୁ କ୍ଷଣକୁ କ୍ଷଣ ll

ଆତୁରେ ଡାକୁଛୁ ଭକ୍ତିରେ ପୂଜୁଛୁ
ଆସ ମାତା ଦୁର୍ଗା ମର୍ତ୍ତ୍ୟକୁ ଥରେ
ଦେଖ ତୁମ ଭକ୍ତ କେତେ ଆଡମ୍ବରେ
ମେଢ଼ ସଜାଇଛି ଯେ ସରାଗରେ ll

ଦୁର୍ଗତି ନାଶିନୀ  ହେ ସିଂହ ବାହିନୀ
ଦୁଃଖ କଷ୍ଟ ଶୋକ କର ହରଣ
ପାପ ପାପୀଙ୍କର  କରିକି ବିନାଶ
ସାଧୁ ସନ୍ଥଙ୍କର ରଖ ତୁ ମାନ ll
******************************
ନୃସିଂହ ନାରାୟଣ ତ୍ରିପାଠୀ
ନିମାପଡା, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics