Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational

3  

Nrusingha Narayan Tripathy

Classics Inspirational

ଦୀପାବଳି ଅଟେ ଆଲୋକ ପର୍ବ

ଦୀପାବଳି ଅଟେ ଆଲୋକ ପର୍ବ

1 min
118



ହିନ୍ଦୁ ଧର୍ମ ପ୍ରଥା ସଂସାରେ ସାର

ଭରି ଅଛି ତତ୍ତ୍ୱ ଯେ ଦର୍ଶନର l

କାର୍ତ୍ତିକ ମାସରେ ପର୍ବ ଦୀପର

ଧର୍ମ କରିଥାଉ ପାଇଁ ପୁଣ୍ୟର ll


ସାହିତ୍ୟ ସଂସ୍କୃତି ଚାଲି ଚଳଣି

ବିଜ୍ଞାନ ସମତ ପର୍ବ ପର୍ବାଣୀ l

ପ୍ରଥା ପରମ୍ପରା ରୀତି ନୀତିରେ

ସତ୍ୟ ଧର୍ମେ ଚାଲୁ ଭାଇ ଚାରାରେ ll


ପବିତ୍ରତା ଆସେ ଜାଳିଲେ ଦୀପ

ଦୀପ ନାଶ କରେ ନରର ପାପ l

ପ୍ରଭୁ ନିକଟରେ ଦୀପ ଲଗାଇ

ପୁଣ୍ୟ ଆଶା କରୁ ଭବିଷ୍ୟ ପାଇଁ ll


ଅନ୍ଧାର ଉପରେ ଆଲୋକ ଜୟ

କାଳିମା ହଟଇ ସତ୍ୟରେ ଲୟ l

ଦୀପ ଠାରୁ ଶିଖୁ ପରୋପକାର

ନିଜେ ଜଳି କରେ ଅନ୍ଧାର ଦୂର ll


ତ୍ୟାଗ, ବଳିଦାନ ରଖି ଜୀବନେ

ସତ୍ୟ କର୍ମ କର ଦେଇ ପରାଣେ l

ଦୀପାବଳି ଦିନ ନେଇ ଶପଥ

ସାଧୁତାରେ ଚାଲୁ କର୍ମର ପଥ ll


ପତଙ୍ଗକୁ ନିଆଁ ଲାଗଇ ଭଲ

ଦିପେ ପଡି ମରେ ଯେ ପଲ ପଲ l

ରୋଗ ମୁକ୍ତ ହୁଏ ଚାଷୀ ଫସଲ

ସୁସ୍ଥ ପରିବେଶ ସଦା ମଙ୍ଗଳ ll


ପ୍ରଭୁ ରାମ ଚନ୍ଦ୍ର ଅଯୋଧ୍ୟା ଫେରି

ଅସତ୍ୟ ନାଶିଲେ ରାବଣ ମାରି l

ଦୀପ ଜାଳି ସର୍ବେ କଲେ ସ୍ୱାଗତ

ପାଳୁଅଛୁ ପର୍ବ ସ୍ମରି ଅତୀତ ll


ପ୍ରଭୁ ରାମ ଗୁଣ ରଖି ମନରେ

ଦୀପାଳି ପାଳିବା ପରା ଖୁସିରେ l

କାମନା ବାସନା ମନୁ ହଟାଇ

ରାବଣ ପ୍ରକୃତି ଦେବା ଜଳାଇ ll


ଦୀପାବଳି ଅଟେ ଆଲୋକ ପର୍ବ

ଆମ ପରମ୍ପରା ଆମ ଗୌରବ l

ମମତା ଡୋରରେ ହୋଇକି ଗୁନ୍ଥା

ପରବ ପାଳିବା ନୁଆଇଁ ମଥା ll



Rate this content
Log in

Similar oriya poem from Classics