STORYMIRROR

Nrusingha Narayan Tripathy

Comedy Classics Inspirational

3  

Nrusingha Narayan Tripathy

Comedy Classics Inspirational

ନାଇଁ କହିବିନି(ଧୂମହୀନ ଦୀପାବଳି )

ନାଇଁ କହିବିନି(ଧୂମହୀନ ଦୀପାବଳି )

1 min
165

K

ଉଡ଼ିଛି କର୍ପୁର ପଡ଼ିଅଛି କନା

   ହଜିଛି ସୁଗନ୍ଧ ଖାଲି ଅସନା

ବାସେ ରାମ ନାମ ପରା ପ୍ରହସନ

  ରାମ ଗୁଣ ମନୁ ହଜିଛି ସିନା ll


ପିତୃ ସତ୍ୟ ପାଳି ଗଲେ ରାମ ଚାଲି

  ଚଉଦ ବରଷ ରହିଲେ ବନେ

ଏବେ ପିତାମାତା ଜରାରେ ପୀଡିତା

  ଜରାଶ୍ରମେ ମରେ ପୁତ୍ର ବିହୁନେ ll


ଜୀଁ ଲେ ହତାଦର ମରିଲେ ଆଦର

   କି ପ୍ରକାର ଶ୍ରଦ୍ଧା ନାହିଁ ବିଚାର

ଯାଅ ଆଲୁଅରେ ଆସ ଅନ୍ଧାରରେ

   କାଉଁରିଆ ଜାଳି ଦୂଷିତ କର ll


ନାଚ,ବାଜା,ବାଣ ବିନା ପ୍ରଥା କଣ

    ଅସ୍ତିତ୍ୱ ବିସ୍ତାରି ପାରିବ ନାହିଁ

ବଢଇ ଫେସନ ଧୂଆଁ ପ୍ରଦୂଷଣ

   ଭକ୍ତି ଧର୍ମ ଭାବ ହୃଦୟେ କାହିଁ ll


ମୂର୍ତ୍ତି, ମେଢ଼, ବାଣ କରେ ପ୍ରଦୂଷିତ

   ବାୟୁ, ଜଳ, ଶବ୍ଦ ବଢ଼ି ଭାରତେ

ବଢେ ନାହିଁ ଧର୍ମ ହୁଏ କଳୁଷିତ

    ସଂସ୍କୃତି ପଡିଛି ମହା ବିପଦେ ll


ସତ୍ୟକୁ କହିଲେ ମାଡ଼ଟି ବାଜିବ

   ଧର୍ମ ଶିକ୍ଷା ରୁଚି ଘୋର ଅଭାବ

ଯୋଗ,ଯଜ୍ଞ, ତପ, ଜ୍ଞାନ ,ଭକ୍ତି,ବ୍ରତ

    ବୁଝେ ନାହିଁ ବ୍ୟକ୍ତି ସତ୍ୟର ଭାବ ll

       

ଦେଖ ହନୁମନ୍ତ କେଡେ ପ୍ରଭୁ ଭକ୍ତ

     ପ୍ରଭୁ ପାଇଁ ଯିଏ ସଦା ଜାଗ୍ରତ

ଶୟନେ ସପନେ ଅବା ଜାଗରଣେ

   ରାମ ପାଶେ ହନୁ ସଦା ଆଶ୍ରୀତ ll


ଭକ୍ତି ଭାବ ଶୂନ୍ୟ ପାଶ୍ଚାତ୍ୟ ରେ ମନ

    ଦେଖି ଶିଖୁ ଆମେ ଅନ୍ଧ ଭକତ

ଅଶ୍ଳୀଳତା ମିତ ଡିଜେ ନୃତ୍ୟ ଗୀତ

    ସାଜିଛି ଫେସନ ଧର୍ମ ନିନ୍ଦିତ ll


ଏହି ଦୀପାବଳି ପାଳ ଦୀପ ଜାଳି

   ମମତାର ବାର୍ତ୍ତା ବାଣ୍ଟି ଜଗତେ

ହଟୁ ଅସଭ୍ୟତା ଛିଣ୍ଡୁ ବିଷମତା

    ଧୂମ, ନିଶା , ମଦ ମରୁ ଭାରତେ ll


ପ୍ରଦୀପ ଜଳିଲେ ପବିତ୍ରତା ଆସେ

    ଅନ୍ତର କାଳିମା ମନୁ ହଟଇ 

ବାଣ,ଧୂମ ହୀନ ଖୁସି ଦୀପାବଳି

  ପାଳିବା ସରବେ ଏକତ୍ର ହୋଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy