STORYMIRROR

Ch Loknath Reddy

Comedy

3  

Ch Loknath Reddy

Comedy

ସାହିତ୍ୟ ଚୋର...

ସାହିତ୍ୟ ଚୋର...

1 min
168


ଭାବୁଥିଲି ପୂର୍ବେ ସାହିତ୍ୟ ଜଗତେ

କେହିନାହିଁ ସ୍ୱାର୍ଥପର

ଆଜି କିନ୍ତୁ ଲାଗେ ମନରେ ମନରେ

କେତେକ ଅଛନ୍ତି ଚୋର |


ସାହିତ୍ୟ ରଚନା ସହଜ ନୁହଁଇ

ରଚିବା ବହୁତ କଷ୍ଟ

ଯଦି ରଚନାଟି ଅନ୍ୟ ଚୋରେଇବେ 

ସାହିତ୍ୟ ହୋଇବ ନଷ୍ଟ |


ବୁଲୁଥିବେ ଚୋର ସାହିତ୍ୟ ସମାଜେ 

ପର ଲେଖା ଚୋରି ପାଇଁ 

ସଜମାଛେ ପୋକ ପକେଇ ଦେବାକୁ

ସଦା ରହିଥିବେ ବାଇ |


ଚୋରିଇବେ ଲେଖା ସମୟ ଦେଖିକି

ଲେଖିନେବେ ନିଜ ନାମ

ନିରୀହ କବିର ସୁନାମକୁ ପୁଣି

କରିବେ ପଛେ ଦୁର୍ନାମ |


କହୁଥିବେ ସଦା ମିଠା ମିଠା କଥା

ମିଠେଇରେ ଥିବ ବିଷ

ଦେଖାନ୍ତିନି କେହି ସେହି ଗରଳକୁ

କରିବେ ଚୋରକୁ ସାବାସ |


ଚୋରିହେବ ଯଦି ସାହିତ୍ୟ ରଚନା

ଭାଷା କି' ଉନ୍ନତି ହେବ

ପଡ଼ିଯିବ ଦିନେ ସାହିତ୍ୟ ଲେଖାଟି

ହାଟରେ ସେ' ବିକ୍ରିହେବ |



Rate this content
Log in

Similar oriya poem from Comedy