Happy Chocolate Day
Happy Chocolate Day
ବଜାରକୁ ଯାଇ ଆଣିଲି ମୁଁ ଧାଇଁ
ଦାମି ଚକେଲେଟ କିଣି
ଚକେଲେଟ୍ ଦେଇ ପଟେଇବି ଗୋଟେ
କିଛି ନ ହେଲେତ ନାହିଁ
ବୁଲି ବୁଲି ଯାଇ ପାର୍କରେ ପସିଲି
ଦେଖିଲି ଯୋଡି ଜାହୁଁଳି
ଖୁଆ ଖୁଇ ହେବା ଏଆଖି ଦେଖିଲା
ମନ ହେଉଥିଲା ଭାଳି
ପାର୍କ ସେ ପାଖରେ ବସିଥିଲା ଗୋଟେ
ସୁନ୍ଦରୀ ଝିଅଟେ ଏକା
ଭାବିଲି ଏଇଟା ଫାଙ୍କା ଅଛି ବୋଧେ
ପଡ଼ିଲା ଭଲ ମଉକା
ଚୁପ୍ ଚାପ୍ ଯାଇ ପାଖରେ ତାହାର
ପଡିଲି ମୁହିଁ ଯେ ବସି
ହାବ ଭାବ ଦେଖି ମୁହଁକୁ ମୋ ଚାହିଁ
ମୁରୁକି ଦେଲା ସେ ହସି
ଭାବିଲି ମନରେ ପଟିଗଲା ବୋଧେ
ଚକଲେଟ୍ ଦେଇ ଦେଲି
ଚକେଲେଟ ସବୁ ଖାଇ ଦେଇ ସିଏ
ଚାହିଁଲାନି ଟିକେ ବୁଲି
