Happy Missing Day
Happy Missing Day
ମନେ ପଡେ ବେଶି ଆଜି ତୁମ କଥା
ବିତି ଥିବା ସେଇ ସମୟ
ଦୂରେ ଚାଲିଗଲ ବାକି ରଖି ଦେଇ
ଆମ ପ୍ରେମର ସେ ଅଧାୟ
ଚାହିଁଲନି ବୁଲି କହିଲନି ଖୋଲି
ତୁମରି ଗୋପନ କଥାକୁ
ପାଗଳ କରିଲ ପ୍ରେମରେ ତୁମର
ଭୁଲି ପାରୁ ନାହିଁ ତୁମକୁ
କହିବିନି କେବେ ସ୍ବାର୍ଥପର ହୋଇ
ଚାଲିଗଲ ବୋଲି ତୁମକୁ
ସାଇତି ରଖିଛି ରଖିବି ମୁଁ ସଦା
ପ୍ରିୟା ଗୋ ଆମରି ପ୍ରେମକୁ
ତୁମେ ଗଲାପରେ ଏଇ ଦୁନିଆରେ
ହୋଇ ଯାଇଛି ମୁଁ ଏକା
ଜାଣି ନାହିଁ ପ୍ରିୟା ଏ ଜୀବନେ ଆଉ
ହେବକି ନାହିଁ ଯେ ଦେଖା
ଶେଷରେ କହୁଛି ଯେଉଁଠି ବି ରୁହ
ରହିଥାଅ ସଦା ଖୁସିରେ
ସୁହାଗ ସିନ୍ଦୂର ଝଟକୁ ଥାଉ ଯେ
ପ୍ରିୟା ଗୋ ତୁମରି ସିନ୍ଥିରେ
