STORYMIRROR

jagabandhu sahu

Others

4  

jagabandhu sahu

Others

Happy Missing Day

Happy Missing Day

1 min
297

ମନେ ପଡେ ବେଶି ଆଜି ତୁମ କଥା

   ବିତି ଥିବା ସେଇ ସମୟ

ଦୂରେ ଚାଲିଗଲ ବାକି ରଖି ଦେଇ

   ଆମ ପ୍ରେମର ସେ ଅଧାୟ


ଚାହିଁଲନି ବୁଲି   କହିଲନି ଖୋଲି

    ତୁମରି ଗୋପନ କଥାକୁ

ପାଗଳ କରିଲ  ପ୍ରେମରେ ତୁମର

    ଭୁଲି ପାରୁ ନାହିଁ ତୁମକୁ


କହିବିନି କେବେ  ସ୍ବାର୍ଥପର ହୋଇ

    ଚାଲିଗଲ ବୋଲି ତୁମକୁ

ସାଇତି ରଖିଛି    ରଖିବି ମୁଁ ସଦା

   ପ୍ରିୟା ଗୋ ଆମରି ପ୍ରେମକୁ


ତୁମେ ଗଲାପରେ ଏଇ ଦୁନିଆରେ

    ହୋଇ ଯାଇଛି ମୁଁ ଏକା

ଜାଣି ନାହିଁ ପ୍ରିୟା ଏ ଜୀବନେ ଆଉ

   ହେବକି ନାହିଁ ଯେ ଦେଖା


ଶେଷରେ କହୁଛି ଯେଉଁଠି ବି ରୁହ

   ରହିଥାଅ ସଦା ଖୁସିରେ

ସୁହାଗ ସିନ୍ଦୂର  ଝଟକୁ ଥାଉ ଯେ

   ପ୍ରିୟା ଗୋ ତୁମରି ସିନ୍ଥିରେ


Rate this content
Log in