STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Kick Day

Happy Kick Day

1 min
411

ମନ ବିସ୍ତାବରେ   ବସିଥିଲି ଯାଇ

   ନଈ ପଟୁ ହୁଡା ଉପରେ

ପ୍ରେମ ପଛେ ଆଉ ଯିବି ନାହିଁ କେବେ

    ଭାବୁଥିଲି ବସି ମନରେ


ପବିତ୍ର ସମ୍ପର୍କ     ନାହିଁ ଏଠି ଆଉ

    ପ୍ରେମ ନାମେ ପ୍ରହସନରେ

ସମ୍ପର୍କ ନାମରେ   ଧନ ଲୁଟି ଥାନ୍ତି 

   ଦେଖାଇ କି ଯଉବନରେ


ସୁନ୍ଦର ତରୁଣୀ     ଟିଏ ବନ୍ଧୁ ପୁଣି

   ଆସିଲା ଏକା ସେ ବାଟରେ

କହିଲା କିମ୍ପାଇ    ମନ କଷ୍ଟ କରି

    ବସି ଅଛ ନଈ ପଠାରେ


ତାର କଥା ଶୁଣି    ନିରବ ରହିଲି

    ନଚାହିଁ ତାରଟି ମୁହଁରେ

ଖାନ୍ଦେ ହାତ ରଖି   ତରୁଣୀଟି ବନ୍ଧୁ

   ଠିଆ ହୋଇଗଲା ପାଖରେ


କହିଲା ହୋଇଟି  ତୁମେ ଆଜି ଠାରୁ

    ହେଲ ଧନ ଜାନୁ ସୁନାରେ

ଶୁଣି ତାର କଥା ମୋ ବିପି ବଢିଲା

   ମାରିଲି ତାକୁ ମୁଁ ନାତରେ


ନଈ ହୁଡାରୁ ସେ   ଗଡି ଗଡି ଯାଇ

   ପଡିଗଲା ପାଣି ଭିତରେ

କହିଲା ଏମିତି     କିମ୍ପାଇଁ କରିଲ

    ମନା କରିଥାନ୍ତ ଶାନ୍ତିରେ


ଉତ୍ତରରେ ତାକୁ   କହିଲି ହେଇଟି

   ଆଜି ଭଳି kick ଡେ ଟାରେ

ପ୍ରେମ ନିବେଦନ  କଲେ ମିଲିଥାଏ

   ଜାଣିଥ ଏମିତି ଫଳରେ


ରାଗ ରାଗ ମୁହଁ କରି ମୋତେ ଚାହିଁ

   ଚାଲିଲା ସେ ତା ବାଟରେ

ଯାଉ ଯାଉ ମୋତେ କହୁଥିଲା ସିଏ

 ମିଳିବେନି ମାଣ୍ତୁ ତତେରେ


Rate this content
Log in

Similar oriya poem from Comedy