Happy Flirting Day
Happy Flirting Day
1 min
386
ପ୍ରେମ ପ୍ରତାରଣା କରେ ବାଟବଣା
ଆସିଲେ ଯେ ଜୀବନରେ
କ୍ଷଣକ ପାଇଁ ସେ ସୁଖକୁ ପରଶି
ଦୁଃଖ ଭରେ ଅନ୍ତରରେ
ପୁଅ ପାଇଁ ଝିଅ ହୁଅନ୍ତି ପାଗଳ
କେବେ ଝିଅ ପାଇଁ ପୁଅ
ଉଜାଣି ଯମୁନା ଦୁଇ କୁଳ ଛୁଇଁ
ବୁହାଏ ବିରହ ସୁଅ
ସ୍ବାର୍ଥେ ଭରା ଆଜି ପ୍ରେମର ଦୁନିଆଁ
ସ୍ବାର୍ଥେ ଭରା ଆଜି ମନ
ସ୍ବାର୍ଥ ପୁରିଗଲେ ଯିଏ ଯା ବାଟରେ
ଭାଙ୍ଗି ଯାଉଥାନ୍ତି ମନ
ଅଢେଇ ଦିନିଆ ବଡେଇ କଥା ଏ
ପବିତ୍ରତା ନାହିଁ କାହାଠେ
ଅପସଂସ୍କୃତିକୁ ଆପଣାଇ ଆଜି
ଚାଲୁଥାନ୍ତି ପ୍ରେମ ବାଟେ
